No Result
View All Result
୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ଗ୍ରାମ ପଞ୍ଚାୟତ ଅଧିନରେ ଥିବା କିରିଆ ଲାଞ୍ଜି ଗ୍ରାମ ରେ ବାବା ସୋପ୍ନେଶ୍ୱର ଦେବ ଙ୍କ ବାର୍ଷିକ ଉତ୍ସବ ପାଳିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବାବା ସୋପ୍ନେଶ୍ୱର ଦେବ ଙ୍କୁ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟା ଙ୍କ ସମେତ ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଅଞ୍ଚଳର ବିକାଶ ଏବଂ ପ୍ରତିଟି କାର୍ଯ୍ୟରେ ଦଶପଲ୍ଲା ବିଧାୟକ ଙ୍କ ସହଯୋଗ ଓ ଉପସ୍ଥିତି ପାଇଁ ଗ୍ରାମବାସୀ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।

No Result
View All Result