No Result
View All Result
୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସମାଜସେବୀ ସୌମ୍ୟା ସୁଭ୍ରା ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଳନ କରାଯାଇଛି । ନୟାଗଡ଼ ସହର ସ୍ଥିତ ତ୍ରିନାଥ ଛକ ନିକଟ ଗାନ୍ଧୀ ମୂର୍ତ୍ତୀ ପାଖରେ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ମାନଙ୍କ ଦ୍ଵାରା ଏକ ଶୋକ ସଭା ପାଳନ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା । ଦୈନିକ ଓଡ଼ିଆ ଖବରକାଗଜ ସମାଜର ଜିଲ୍ଲା ପ୍ରତିନିଧି ଶୁଭେନ୍ଦୁ ଦାସ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ବର୍ତ୍ତମାନର ଅବକ୍ଷୟମୁଖି ସମାଜରେ ଯୁବ ସମାଜସେବିଙ୍କ ଅକାଳ ବିୟୋଗ ନିହାତି ରୂପେ ଅପୂରଣୀୟ କ୍ଷତି ।
ସୂଚନାଯୋଗ୍ୟ ଯେ ଛବିଶି ବର୍ଷୀୟ ସୌମ୍ୟା ଖୁବ୍ କମ୍ ସମୟରେ ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରି ନିଆରା ପରିଚୟ ସୃଷ୍ଟି କରି ପାରିଥିଲେ । ବିଭିନ୍ନ ସମୟରେ ଅନନ୍ୟା ଫାଉଣ୍ଡେସନ ସମେତ ଅନ୍ୟ କେତୋଟି ଅନୁଷ୍ଠାନ ସହ ଜଡ଼ିତ ହୋଇ ରକ୍ତଦାନ, ବୃକ୍ଷରୋପଣ, ରିଲିଫ ବଣ୍ଟନ ସହ ଅନେକ କାର୍ଯ୍ୟରେ ଲିପ୍ତ ଥିଲେ ।

No Result
View All Result