୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ପୁରୀ ସହରର ଅଗ୍ରଣୀ ବୌଦ୍ଧିକ ଅନୁଷ୍ଠାନ ବୋଧିଚକ୍ର ଆନୂକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ପୀଠ ପରିସରସ୍ଥ ବୋଧିଦ୍ରୁମ ମୂଳ ଆସ୍ଥାନରେ ପବିତ୍ର ବୁଦ୍ଧ ପୂର୍ଣ୍ଣିମା ସମାରୋହ ଅନୁଷ୍ଠିିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଇଂ ଗିରିଜା ଶଙ୍କର ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ବୁଦ୍ଧଙ୍କ ପ୍ରତିକୃତି ସମ୍ମୁଖରେ ଦିପାପୁଷ୍ପାଦି ନୈବେଦ୍ୟ ଅର୍ପଣ ପୂର୍ବକ ବିପାସନା ପଦ୍ଧତିରେ ସମବେତ ବୁଦ୍ଧପ୍ରେମୀ ମାନେ ସମୂହ ଧ୍ୟାନ କରିଥିଲେ ।
ଉକ୍ତ ସମାରୋହରେ ସଂପାଦକ ରମା ବଲ୍ଳଭ ମହାପାତ୍ର ସ୍ବାଗତ ସମ୍ଭାଷଣ ଏବଂ ଉପାସକ ଉମେଶଚନ୍ଦ୍ର ଦାସ ବୁଦ୍ଧ ବନ୍ଦନା ଗାନ କରିଥିଲେ । ବରିଷ୍ଠ ମାର୍ଗଦର୍ଶକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଧମ୍ମପଦ ଅନ୍ତରଗତ ମଳବର୍ଗରୁ କେତୋଟି ଗାଥା ପାଠୋଦ୍ଧାର ସଙ୍ଗେ ତାହାର ବିଶଦ୍ ବ୍ୟାଖ୍ୟା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଧ୍ୟାପକ ଶରତ କୁମାର ସାହୁ,ଦେବରାଜ ପ୍ରଧାନ,ପ୍ରମୋଦ କୁମାର ପଣ୍ଡା, ବିଭୂତିଭୂଷଣ କର,ସମାଜସେବୀ ରବିନାରାୟଣ ସାହୁ,
ହେକ୍ଟର ମିଶ୍ର, ଅଧିବକ୍ତା ଶିବପ୍ରସାଦ ମିଶ୍ର, ପ୍ରଭାସ ଚନ୍ଦ୍ର ମିଶ୍ର, ଛାୟାକାନ୍ତ ନାୟକ,ଅଶୋକ କୁମାର ,ଉମେଶ ଚନ୍ଦ୍ର ମହାପାତ୍ର ଆଢ ପ୍ରମୁଖ ସାଂପ୍ରତିକ ପରିପ୍ରେକ୍ଷୀରେ ବୌଦ୍ଧ ଦର୍ଶନର ପ୍ରାସଙ୍ଗିକତା ସଂପର୍କରେ ସୁଚିନ୍ନ୍ତିତ ବକ୍ତବ୍ୟ ଉପସ୍ଥାପିତ କରିଥିଲେ । ଏହି ଅବସରରେ ମହିମାଧର୍ମ ପ୍ରବର୍ତ୍ତକ ସନ୍ଥ ଭୀମଭୋଇଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ପରିଶେଷରେ ସମାଜସେବୀ ଡଃ ରାଧେଶ୍ୟାମ ରଥ ସମସ୍ଥଙ୍କୁ ଧନ୍ୟବାଦାର୍ପଣ କରିଥିଲେ ।

© 2023 Odisha Taza News.