୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ବ୍ଲକ୍ ପରିସରରେ ଥିବା ସଭା ଗୃହରେ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଆନୁକୁଲ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ କଠିନ ବର୍ଜ୍ୟବସ୍ତୁ ର ସୁପରିଚାଳନା କିପରି କରାଯିବ ବୁଝାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିମଳ ଅଧିକାରୀ ଦେବବ୍ରତ ପଣ୍ଡା,ବ୍ଲକ୍ ପରିମଳ ଅଧିକାରୀ କାହୁଁ ଚରଣ ବେହେରା,ସହକାରୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା,ବି ପି ଏମ ସସ୍ମିତା ପରିଡ଼ା, ଜିପିଓ ସାଧୁଚରଣ ସାହୁ, ତୁଷାର କାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ମଞ୍ଚାସିନ ଥିଲେ । ଗ୍ରାମାଞ୍ଚଳରେ କିପରି ଭାବରେ ଅଣ ଜୈବିକ ବିଘଟନଶିଳ କଠିନ ବର୍ଜ୍ୟବସ୍ତୁ ସଠିକ୍ ଭାବେ ପରିଚାଳନା କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା ।
ଯଥା କାଚ,ପ୍ଲାଷ୍ଟିକ,ଲୁହା, ପଲ୍ ଥିନ,ବିଭିନ୍ନ ସାମଗ୍ରୀ ର ଖୋଳପା ଯାହାକି ସହଜରେ ନଷ୍ଟ ହୁଏ ନାହିଁ ସେ ବର୍ଜ୍ୟବସ୍ତୁ କୁ କିପରି ସଠିକ୍ ପରିଚାଳନା ସହ ସଦୁପ ଯୋଗ କରାଯିବ ସେ ଉପରେ ଅତିଥି ମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ତାଲିମ ଶିବିର ରେ ୨୨ ଟି ପଞ୍ଚାୟତ ର ଜନ ପ୍ରତିନିଧି ,ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.