ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ଭୁବନେଶ୍ୱର :- ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ବ୍ଲଡ୍ ବ୍ୟାଙ୍କକୁ ସିଲ୍ କରାଯାଇଥିବା ବେଳେ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ସଂପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନଙ୍କୁ ସଙ୍ଗରୋଧ ରଖାଯାଇଛି ।
ଏସବୁ ଭିତରେ ଆଜି ଭୁବନେଶ୍ୱରରେ ଆଜି ୧୫ଟି ସ୍ଥାନୀୟ ମାମଲା ସହ ମୋଟ୍ ୧୯ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ୧୯ ଜଣ କରୋନା ଚିହ୍ନଟଙ୍କ ମଧ୍ୟରେ ୪ ଜଣ ରେଲୱେ କର୍ମଚାରୀ ଥିବା ବେଳେ ସେମାନେ ସମସ୍ତେ ଦିଲ୍ଲୀରୁ ଫେରିଥିଲେ ।