କୋଇଲା ଓ ଫସିଲ ଇନ୍ଧନ ଜାଳେଣି ଵନ୍ଦ କରିଵା, ମାତ୍ର ଥରେ ଵ୍ଯଵହାରକରି ଫୋପାଡିଦିଆ ଯାଉଥିଵା ପ୍ଲାଷ୍ଟିକ ସମ୍ପୁର୍ଣ୍ଣ ଵନ୍ଦ କରିଵା, ଖେତ ମଜଦୂରଙ୍କ ଦୈନିକ ସର୍ଵନିମ୍ନ ମଜୁରୀ ୭ଶହ ଟଙ୍କା ପ୍ରଦାନ କର, ନାମ ମାତ୍ର, କ୍ଷୁଦ୍ର ଓ ମଧ୍ଯମ କୃଷକଙ୍କ ଖେତରେ କୃଷି କାର୍ଯ୍ଯକୁ ମନରେଗା ଶ୍ରମ ଭାଵେ ଗ୍ରହଣ କର, ମନରେଗା ଵାଵଦରେ ପ୍ରତ୍ଯେକ ଜଵ କାର୍ଡଧାରୀଙ୍କୁ ଵାର୍ଷିକ ଅନ୍ଯୁନ ୨ଶହ ଦିନର ନିଶ୍ଚିତ କର୍ମ ନିଯୁକ୍ତି ଦିଅ-ନହେଲେ ପୁରା ମଜୁରୀ ଦିଅ, କେନ୍ଦ୍ର ଵଜେଟରେ ମନରେଗା ଵାଵଦରେ ଵ୍ଯୟ ହ୍ରାସ ପରିଵର୍ତ୍ତ ଵାର୍ଷିକ ଅନ୍ଯୁନ ୨ଲକ୍ଷ କୋଟି ଟଙ୍କା ପ୍ରଦାନ କର, ଭୁମିହୀନ ଆଦିଵାସୀ,ଦଳିତ, ପଛୁଆ ଵର୍ଗ, ଖେତ ମଜଦୂର ମାନଙ୍କୁ ଘର ଡିହ ଓ ଫସଲ ଜମିର ପଟ୍ଟା ପ୍ରଦାନ କର, ଖେତ ମଜଦୂରଙ୍କୁ ଆଵାସ ନିର୍ମାଣ ଵାଵଦରେ ଅନ୍ଯୁନ ୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କର,
ଵୃଦ୍ଧ ଖେତ ମଜଦୂରଙ୍କୁ ମାସିକ ୫ହଜାର ଟଙ୍କା ହାରରେ ଭତ୍ତା ଦିଅ ଇତ୍ଯାଦି ଦାବି ନେଇ ୧୫ମେ ରୁ ୩୧ମେ ପର୍ଯ୍ଯନ୍ତ ପଲ୍ଲୀରୁ ରାଜ୍ଯ ରାଜଧାନୀ ପର୍ଯ୍ଯନ୍ତ ରାଜ୍ଯ ଵ୍ଯାପୀ ପଦଯାତ୍ରା ହେଵ, ୩୦ମେ ଭାରତର ରାଜଧାନୀ ଦିଲ୍ଲୀ ଅଭିଯାନ, ଅଗଷ୍ଟ ୯ରେ ରାଜ୍ଯ ରାଜଧାନୀ ଭୁଵନେଶ୍ଵର ଅଭିଯାନର ଆହ୍ଵାନ ଦିଆ ଯାଇଛି। ଏହି ସମ୍ମିଳନୀ ଆଗାମୀ ୩ଵର୍ଷ ପାଇଁ ୪୧ଜଣିଆ ରାଜ୍ଯ ପରିଷଦ ନିର୍ଵାଚିତ କରିଥିଵା ଵେଳେ ରାଜ୍ଯ ସଭାପତି ଭାଵେ ଜନ୍ନା ସୁଵାସ ରାଓ, ଉପ ସଭାପତି ଭାଵେ ରଘୁନାଥ ଗୌଡ଼ ଓ ପି ପଦ୍ମା ରାଜ୍ଯ ସମ୍ପାଦକ ଭାଵେ ସୁର ଜେନା, ସହ ସମ୍ପାଦକ ଭାଵେ ଗୁରୁ ନାଥ ପ୍ରଧାନ, ତ୍ରୈଲୋକ୍ଯ ନାଥ ଓ ଶଙ୍କର ଵାରିକ ନିର୍ଵାଚିତ ହୋଇଛନ୍ତି ।

© 2023 Odisha Taza News.