ଓଡିଶା ତାଜା ନ୍ୟୁଜ୍ (୨୦ ଜୁନ୍ ଶନିବାର ) ନୟାଗଡ :– କରୋନା ରାକ୍ଷ୍ୟାସ ଆତଙ୍କରେ ଆତଙ୍କିତ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି । ଲକଡାଉନ, ସଟଡାଉନ ବ୍ୟବସ୍ଥା ଭିତରେ ଅନେକ ଗୁଡିଏ ପଦକ୍ଷପ ରାଜ୍ୟ ସରକାର ନେଇସାରିଛନ୍ତି । ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ଏହା ଉପରେ ତର୍ଜମା କରି ଅନେକ ଗୁଡିଏ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି । ଉକ୍ତ 18 ଗୋଟି ପ୍ରସ୍ଥାବ ସମ୍ବଳିତ ଏକ ଅନୁରୋଧ ପତ୍ର ବିଶ୍ୱ ମାନବାଧିକାର ସଂଗଠନ ନୟାଗଡ ଶାଖା ତରଫରୁ ଜିଲ୍ଲା ସଭାପତି ଶ୍ରୀମତୀ ଜ୍ୟୋସ୍ନାମୟୀ ପଟ୍ଟନାୟକ ମାନ୍ୟବର ରାଜ୍ୟପାଳ, ଓଡିଶାଙ୍କୁ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ପ୍ରଦାନ କରିଛନ୍ତି ।
ମୁଖ୍ୟ ପ୍ରସ୍ଥାବ ଗୁଡିକ ମଧ୍ୟରେ ସରକାରୀ ମେଡିକାଲ ଗୁଡିକରେ ମାଗଣାରେ ଔଷଧ ବିତରଣ କରିବା,କ୍ଯୁରେଣ୍ଟାଇନ ଅବଧିକୁ 7 ଦିନରୁ 14 ଦିନ କରିବା,ମଧ୍ୟବିତ୍ତ ପରିବାରକୁ 5 ହଜାର ଆର୍ଥିକ ସହାୟତା ସହ ବିଦ୍ୟୁତ ବିଲ 30%ଛାଡ଼ କରିବା,ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକ ମାନେ ଯଦି ପୁଣି କାମ କରିବାକୁ ରାଜ୍ୟ ବାହାରକୁ ଯିବା ପାଇଁ ଚାହିଁବେ ତେବେ ସେମାନଙ୍କର ପଞ୍ଜିକରଣ କରି ବ୍ୟବସ୍ଥା କରିବା ଆଦି ରହିଛି । ଏହାକୁ ନୟାଗଡ ଜିଲ୍ଲା ଶାଖା ସଭାପତି ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଙ୍କୁ ପ୍ରଦାନ କରିଥିଲେ । ଏଥିସହ ଚିନରେ ସହିଦ ମାନଙ୍କ ଆତ୍ମାର ସଦଗତି ପାଇଁ ସଂଗଠନ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । (ରିପୋର୍ଟ – ରାମକୃଷ୍ଣ ରଥ)