No Result
View All Result
୨୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ରେଲୱେ ଇଷ୍ଟକୋଷ୍ଟ ଯୋନ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅଧୀନରେ ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ରେଳ ଇନଷ୍ଟିଚ୍ୟୁଟର ବାର୍ଷିକ କ୍ରୀଡା ପାଇଁ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର କେନ୍ଦ୍ରୀୟ ପଦାଧିକାରୀ ନିରଞ୍ଜନ ମିଶ୍ର ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ଆସନ୍ତା ୨୬ , ୨୭ ଓ ୨୮ ତାରିଖ ତିନିଦିନ ଧରି ରେଳ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଯେଉଁଥିରେ କ୍ୟାରମ୍, ଟେବୁଲ୍ ଟେନିସ, ଗୀତ, ନାଚ, ମେହେନ୍ଦି, ରଙ୍ଗୋଲି, ଡ୍ରଇଂ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମହିଳା ଏବଂ ପୁରୁଷ ପନ୍ଦର ବର୍ଷରୁ କମ୍ ଓ ପନ୍ଦର ବର୍ଷରୁ ଅଧିକ ଙ୍କୁ ନେଇ ଦୁଇଟି ବିଭାଗରେ ପ୍ରତିଯୋଗୀ ମାନେ ଭାଗନେବେ। ପ୍ରତ୍ୟେକ ଦିନ ସକାଳ ୯ ଟାରୁ ଇଣ୍ଡୋର୍ ଗେମ୍ ହେବାକୁ ଥିବାବେଳେ ସନ୍ଧ୍ୟା ୬ ଟା ଠାରୁ ନାଚ, ଗୀତ ପ୍ରତିଯୋଗିତା ଆରମ୍ଭ ହୋଇ ରାତି ୯ ଟାରେ ପର୍ଯ୍ୟନ୍ତ ଚାଲିବ। ଖୋର୍ଦ୍ଧାରୋଡ଼ ନୂତନ ରେଳ ଷ୍ଟେସନ ବାହାରେ ଏହି ରଙ୍ଗୋଲୀ କାର୍ଯ୍ୟକ୍ରମ କରାଯିବ।
ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମହିଳା ସଂଗଠନ ସଭାନେତ୍ରୀ ତଥା ଖୋର୍ଦ୍ଧାରୋଡ଼ ଡି ଆର ଏମ୍ ଙ୍କ ଧର୍ମପତ୍ନୀ ଶୁଭଲକ୍ଷ୍ମୀ ଜେନା ଏହି ମେଗା ପ୍ରତିଯୋଗିତାକୁ ୨୬ ତାରିଖ ସକାଳ ୯ ଟାରେ ଉଦଘାଟନ କରିବେ ବୋଲି ବିଜେବି ଇନଷ୍ଟିଚ୍ୟୁଟର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ (ଟୀମା) ବୈଠକରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ନିର୍ବାଚିତ ସଭ୍ୟ ପି ରାଜା ରାଓ, ଗୋପାଳ ଦାସ, ମନୋରଞ୍ଜନ ମହାପାତ୍ର, କୋଷାଧ୍ୟକ୍ଷ ସାମୁଏଲ୍ ପ୍ରଧାନ, ଉପ ସଭାପତି ସୁନିଲ ଭଞ୍ଜ , ପୂର୍ବତନ ସମ୍ପାଦକ କୀର୍ତ୍ତି ପଟ୍ଟନାୟକ ପ୍ରମୁଖ ବହୁ କର୍ମକର୍ତ୍ତା ବୈଠକରେ ଭାଗନେଇଥିଲେ ବୋଲି ମିଡ଼ିଆ ସେଲ୍ ର ମୁଖ୍ୟ ତଥା ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି।
No Result
View All Result