No Result
View All Result
୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ଭବାନୀପାଟଣା ଆରଣ୍ୟକ ବାରିକ(ଭଣ୍ଡାରି) ସମାଜର ସାମ୍ବିଧାନିକ ସାଧାରଣ ସଭା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଶ୍ରୀ ଭଗବାନ୍ ବାରିକଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କଳାହାଣ୍ଡି ଜିଲ୍ଲାର ସମସ୍ତ ପ୍ରତିନିଧି ଯୋଗଦାନ କରିଥିଲେ ଓ ବିଧିମତେ ଶ୍ରୀଯୁକ୍ତ ବୃନ୍ଦାବନ ବାରିକଙ୍କୁ ସଭାପତି , ଶ୍ରୀଯୁକ୍ତ ରଘୁନାଥ ବାରିକଙ୍କୁ ଉପସଭାପତି ,ଶ୍ରୀଯୁକ୍ତ ନିର୍ମଳ ବାରିକ ସମ୍ପାଦକ ଓ ଶ୍ରୀଯୁକ୍ତ ଦୁଃଖୀରାମ ବାରିକଙ୍କୁ ଉପସମ୍ପାଦକ ଭାବରେ ମନୋନୀତ କରିଥିଲେ ।
ଶ୍ରୀଯୁକ୍ତ ଗିରିଧାରୀ ବାରିକ କୋଷାଧ୍ୟକ୍ଷ ହୋଇଥିବାବେଳେ ଶ୍ରୀଯୁକ୍ତ ହେମସାଗର ବାରିକ ସହ କୋଷାଧ୍ୟକ୍ଷ ମନୋନୀତ ହୋଇଥିଲେ । ଉକ୍ତ ବୈଠକରେ ସମସ୍ତ ଆଞ୍ଚଳିକ ଗୋଷ୍ଠୀର ସଭାପତି ,ସମ୍ପାଦକମାନେ ଯୋଗଦେଇ ସଭାକାର୍ଯ୍ୟଟିକୁ ସଫଳ କରିଥିଲେ । ଶହ ଶହ ସଂଖ୍ୟାରେ ସଭ୍ୟ ସଭ୍ୟାଙ୍କ ଉପସ୍ଥିତରେ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା ।

No Result
View All Result