No Result
View All Result
୧୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ,ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରା ଛକର ମୋ ବସ ଷ୍ଟାଣ୍ଡ ଠାରେ ଆଜି ଅଲ ଓଡିଶା ମିଳିତ ଅଟୋ ମହାସଂଘ ପକ୍ଷରୁ ଯାତ୍ରୀଙ୍କ ପାଇଁ ଜଳସେବା ଶିବିର ଉଦଘାଟିତ ହୋଇଛି । ଏହି ସେବାକୁ ସମାଜ ସେବୀ ସ୍ୱାଧୀନ ଚେତା ମହାନ୍ତି, ଅଲ ଓଡିଶା ଅଟୋ ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ଜେନା ଉଦଘାଟନ କରିଥିଲେ ।
କାର୍ଯ୍ୟକାରୀ ସଭାପତି ରାଜା ନାୟକ, ସାଧାରଣ ସଂପାଦକ ଅଜିତ ଦାଶ,ବିଷ୍ଣୁ ଚରଣ ଭୋର ଉପସ୍ଥିତ ଥିଲେ । ଫୁଲନଖରାର ବାବା ଲକ୍ଷେଶ୍ୱର ଅଟୋ ମାଲିକ ସଂଘର ସଦସ୍ୟ ତ୍ରିଲୋଚନ ବେହେରା (ଗୁନୁ) ,ଗଜେନ୍ଦ୍ର ଦାସ, ରମେଶ ଚନ୍ଦ୍ର ପଟ୍ଟନାୟକ, ବ୍ରିଜ ବନ୍ଧୁ ପରିଡ଼ା, ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି ଯାତ୍ରୀ ମାନଙ୍କୁ ଥଣ୍ଡା ଦହିପାଣି ବିତରଣ କରିଥିଲେ । ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଫୁଲନଖରା ଛକ ଦେଇ ଶହଶହ ଯାତ୍ରୀ ବସ,
ଅଟୋ ବାଇକ ଆଦିରେ କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କାକଟପୁର, ନିଆଳୀ, ଅଡ଼ସପୁର,କଣ୍ଟାପଡା ଯାତାୟତ କରିଥାନ୍ତି । ସେମାନଙ୍କର ତୃଷ୍ଣା ମେଣ୍ଟାଇବା ପାଇଁ ବାବା ଲକ୍ଷେଶ୍ୱର ଅଟୋ ମାଲିକ ସଂଘ ଏବଂ ଅଲ ଓଡିଶା ମିଳିତ ଅଟୋ ମହାସଂଘ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହା ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ଜଳସେବା କାର୍ଯ୍ୟ ଚାଲୁ ରହିବ ବୋଲି କର୍ମକର୍ତ୍ତା ମାନେ ପ୍ରାକାଶ କରିଛନ୍ତି ।

No Result
View All Result