No Result
View All Result
୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ଅନ୍ତର୍ଗତଃ ଫୁଟ୍ଟାସିଂ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ-ଏସିୟ ଶବର,ପେନ୍ ସନର ହିତାଧିକାରୀମାନଙ୍କ ସମସ୍ୟାକୁ ନେଇ ଆକ୍ଷେପ ରଖିବା ଆବଶ୍ୟକ । ତାବାର୍ ଫୁଟ୍ଟା (ଫୁଟ୍ଟାସିଂ) ଗ୍ରାମର ବାର୍ଦ୍ଧକ୍ୟ ଭତ୍ତା ମାଆ ନାମ-ପାୟାରି ଶବର, ସ୍ବାମୀ-ରଇଲୁଡ୍ ଶବର, ଆଧାର କାର୍ଡ, ପେନ୍ ସନ୍ ଖାତା,ପାସ୍ ବୁକ୍ ଖାତା ଥିବା ସତ୍ତ୍ବେ ମଧ୍ୟ ଟଙ୍କା ଆସୁ ନ ଥିବା ଜଣାଇଛନ୍ତି । ପୂର୍ବ ପରି ଯେପରି ଟଙ୍କା ହାତକୁ ଦେଇଥିଲେ, ସେହି ପରି ଭାବେ ନିଜ ନିଜ ଅଞ୍ଚଳ ପଞ୍ଚାୟତ କାର୍ଯ୍ୟାଳୟ ଗ୍ରାମରେ ବାର୍ଦ୍ଧକ୍ୟ,ଦିବ୍ୟାଙ୍ଗ,ଅକର୍ମଣ୍ୟ ଭତ୍ତା ଟଙ୍କା ପାଇବା ନିମନ୍ତେ ବୃଦ୍ଧ ମାଆ ବିନତି ଆକୂଳ ପ୍ରଶାସନକୁ ଗୁହାରି କରୁଥିଲେ । ଓଡିଶା ସରକାର ଯେଉଁ ଭଳି ନୀତି ନିୟମ ସୃଷ୍ଟି କରି ବର୍ତ୍ତମାନ୍ ସମୟରେ ହିତାଧିକାରୀଙ୍କୁ ନିଜେ ନିଜର ଟଙ୍କା ପାସ୍ ବୁକ୍ ଖାତାରେ ଭତ୍ତା ଟଙ୍କା ଦେଉଛନ୍ତି ।ଏହି ପରିପ୍ରେକ୍ଷିରେ ପାସ୍ ବୁକ୍ ରେ କାହିଁକି ଟଙ୍କା ଆସୁ ନାହିଁ ?
ବର୍ତ୍ତମାନ ଏହି ସମୟରେ ଓଡିଶା ସରକାର ଭତ୍ତା ଟଙ୍କାର ମୂଲ୍ୟ- ୫୦୦/-ଟଙ୍କା ଦେଉଛନ୍ତି,ଏହି ଭତ୍ତା ଟଙ୍କା ଆଣିବାକୁ ୨୫ ରୁ ୩୦ କିଲୋ ମିଟର ଦୂରତାରେ ଗୁଣପୁର ସହରକୁ ବ୍ୟାଙ୍କ ରହିଥିବା ବେଳେ ବସ୍, ଅଟୋ,ଗାଡି,ଭୋଡା ଖର୍ଚ୍ଚ କରି ବ୍ୟାଙ୍କକୁ ଯାଇ ଲମ୍ବା ଧାଡିରେ ଠିଆ ହୋଇ ଭତ୍ତା ଟଙ୍କା ଉଠାଇ ଆଣିବାକୁ ହିତାଧିକାରୀମାନଙ୍କ ସମ୍ୟା ରହିଛି । ଓଡିଶା ସରକାର ମୂଲ୍ୟ-୫୦୦/-ଟଙ୍କା ଦେଉଥିବାବେଳେ ଏହି ଟଙ୍କାରେ ମାସ ସାରା ନିଜେ ଚଳିବା କଷ୍ଟ କର ହେଉଥିବାବେଳେ ଯାତ୍ରା ପଥରେ ୫୦୦/- ଟଙ୍କା ଖର୍ଚ୍ଚାନ୍ତ ହୋଇ ସରି ଯାଉଛି । ହାତକୁ ଯଦି ଦିଅନ୍ତି ଭତ୍ତା ଟଙ୍କା ତାହା ହେଲେ ମାସ ସାରା ନିଜେ ଭୋରୋଣ ଫୋଷଣ ମେଣ୍ଟେଇ ପାରିବୁ ।
ତଦ୍ ଭିନ୍ନ ପାହାଡିଆ ଅଞ୍ଚଳ ଆଦିବାସୀ ଅକ୍ଷର,ଖାତା,କଲମ ନ ଜାଣିବା ଫଳରେ ବ୍ୟାଙ୍କକୁ ଗଲେ, ବ୍ୟାଙ୍କ ମ୍ୟାନେଜର୍ ଆଜି ମୁଣ୍ଡରେ ହାତ ଦେଇ ବସୁଥାନ୍ତି । କାରଣ ଟଙ୍କା ଉଠାଇବାକୁ ହେଲେ ଫୋର୍ମ ପୂରଣ କଲା ପରେ ଯାଇ ଟଙ୍କା ଉଠାଇବାକୁ ପଡେ । ଏହି ଦୃଷ୍ଟିରେ ହିତାଧିକାରୀ ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନରେ ଭାଙ୍ଗି ପଡୁଛନ୍ତି । ଯେଉଁ ଫଳରେ କି ହିତାଧିକାରୀ ମାନଙ୍କ ଗୁହାରି ଓଡିଶା ସରକାର ଜାଣିବା ଆବଶ୍ୟକ ? ଯେପରି ରାଜ୍ୟ ସରକାର ଜାଣିବା ସତ୍ତ୍ବେ ନିଜ ନିଜ ଅଞ୍ଚଳରେ ପଞ୍ଚାୟତ କାର୍ଯ୍ୟାଳୟ ନିଜ ନିଜ ଗ୍ରାମରେ ହାତକୁ ହାତ ହିତାଧିକାରୀମାନଙ୍କ ଭତ୍ତା ପଇସା ବଣ୍ଟନ ପାଇବାର ସମସ୍ୟା ଦ୍ବର କରି ସରଳ ସୁବିଧାର ସମାଧାନ କରିବାକୁ ହିତାଧିକାରୀ ଗୁହାରି କରୁଥିଲେ । ଏହି ହିତାଧିକାରୀମାନଙ୍କର ସମସ୍ୟାର ସମାଧାନ ପୂରଣ କରିବା ପାଇଁ ଓଡିଶା ସରକାର ଦେଖିବାକୁ ବାକି ରହିଲା ।

No Result
View All Result