No Result
View All Result
ମୋହନା ଥାନା ରେ ଗଞ୍ଜେଇ ସହ କାର ଜବତ ଚାଳକ ଫେରାର
୧୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆଜି ମୋହନା ଥାନା କର୍ମଚାରୀ ପେଟ୍ରୋଲିଂ କରିବା ସମୟରେ ଏକ ଇଣ୍ଡିଗୋ କାର ଯାହାର ନମ୍ବର OD 05B 5169ଏହି କାର ରେ ଦୁଇଟି ଜରି ବେଗରେ 58କେଜି 300ଗ୍ରାମ ଗଞ୍ଜେଇ ନେଇ ଯିବା ସମୟରେ ମୋହନା ଥାନା ଅନ୍ତର୍ଗତ ସିରିସପଦା ରାସ୍ତାରେ ଧରା ପଡିଥିଲା । ପୋଲିସ ଗାଡିକୁ ଅଟକାଇ ବା ସମୟରେ ଗାଡିକୁ ଛାଡି ଚାଳକ ଫେରାର ହୋଇଥିଲା ।
ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଗାଡି ଟିକୁ ଜବତ କରିବା ସହ ଗଞ୍ଜେଇ ଜବତ କରି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଜଣାପଡ଼ିଛି । ଏହି ଚଡାଉ ରେ ମୋହନା ଥାନା କର୍ମଚାରୀ ସହଯୋଗ କରିଥିଲେ ।

No Result
View All Result