ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ଅଗ୍ନିଶମ ସେବା ସପ୍ତାହ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରାଦୀପ :- କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହୀନି ପକ୍ଷରୁ ପାରାଦୀପ ତୈଳ ବିଶୋଧନାଗାର ପରିସର ମଧ୍ୟରେ ଅଗ୍ନିଶମ ସେବା ସପ୍ତାହ ଉଦ୍ଘାଟନ ହୋଇଯାଉଛି । ଉକ୍ତ କାର୍ଯ୍ୟକ୍ରମକୁ ପାରାଦୀପ ତୈଳ ବିଶୋଧନାଗାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମୁକେଶ ମୋହନ ଉଦ୍ଘାଟନ କରିଥିଲେ । ପ୍ରତ୍ୟେକ ବର୍ଷ ଅପ୍ରେଲ ୧୪ତାରିଖ ଠାରୁ ଅପ୍ରେଲ ୨୦ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଇଥାଏ ।ପ୍ରତ୍ୟେକ ସମୟରେ କମ୍ପାନୀ କର୍ମଚାରୀ, ଠିକା କର୍ମଚାରୀମାନେ କିପରି ନିଜେ ସୁରକ୍ଷିତ ରହିବା ସହ ଉଦ୍ୟୋଗକୁ କିପରି ସୁରକ୍ଷା ପ୍ରଦାନ କରିବେ ଏ ନେଇ ସଚେତନତା ସୃଷ୍ଟି କରିବା ସହିତ ସମସ୍ତ କର୍ମଚାରୀ ମାନଙ୍କୁ ଏ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ସର୍ବପ୍ରଥମେ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା । ସାମ୍ଭାବ୍ୟ ଅଗ୍ନିକାଣ୍ଡ ସମୟରେ କିପରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ଧନ ଜୀବନ କୁ ସୁରକ୍ଷିତ ରଖାଯାଇପାରିବ ଏ ନେଇ ବରିଷ୍ଠ ଅଧିକାରୀ ମାନେ ନିଜର ବକ୍ତବ୍ୟ ରଖିଥିଲେ ।