No Result
View All Result
୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ ଅନ୍ତର୍ଗତ ଚାଲକମ୍ବା ଗ୍ରାମପଞ୍ଚାୟତ ବଂଶଧାରା ନଗର ଠାରେ ଚଳିତ ମାସ ୧୪ ଏଫ୍ରିଲ ବାବା ସାହେବ ଡକ୍ଟର ଭୀମ ରାଓ ଅମ୍ବେଦକରଙ୍କ ୧୩୨ ତମ ଜନ୍ମ ଦିବସ ଉପଲକ୍ଷେ ସାହି ପରିଭ୍ରମଣ କରିଥିଲେ । ସି ପି ଆଇ (ଏମ୍ ଏଲ୍)ଲିବରେସନ୍ ଶ୍ରୀ-ତ୍ରୀପତି ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଡକ୍ଟରଅମ୍ବେଦକରଙ୍କ ବିଷୟ ଲୋକ ମାନଙ୍କୁ ଆଲୋକ ପାତ କରାଇଥିଲେ । ଯଥା ବାବା ସାହେବ ଅମ୍ବେଦକର ଏକ ଦଳିତ ପରିବାରରୁ ଜନ୍ମ,ସେ ତାଙ୍କର ଉଚ୍ଚ ଜାତିର ସ୍କୁଲ୍ ସାଥି ମାନଙ୍କ ଦ୍ବାରା ଅପମାନିତ ହୋଇ ଥିଲେ । ତାଙ୍କ ପିତା ଭାରତୀୟ ସେନାରେ ଜଣେ ଅଧିକାରୀ ଥିଲେ, ଗାଏକୱାର ଶାସକଙ୍କ ଦ୍ବାରା ଛାତ୍ର ବୃତ୍ତି ପ୍ରଦାନ କରାଯାଇ ସେ ଆମେରିକା,ବ୍ରିଟେନ୍ ଏବଂ ଜର୍ମାନୀର ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ ଗାଏକୱାରଙ୍କ ଦ୍ବାରା ଅନୁରୋଧ କ୍ରମେ ବରୋଦା ଜନ ସେବାରେ ପ୍ରବେଶ କରିଥିଲେ । କିନ୍ତୁ ପୁନର୍ବାର ତାଙ୍କର ଉଚ୍ଚ ଜାତିର ସହ କର୍ମୀମାନଙ୍କ ଦ୍ବାରା ଅସଦା ଚରଣ ହୋଇ ସେ ଆଇନ୍ ଅଭ୍ୟାସ ତଥା ଶିକ୍ଷାଦାନ ଆଡକୁ ମୁହାଁଇଥିଲେ । ୧୯୪୭ ମସିହାରେ ଅମ୍ବେଦକରଙ୍କ ଭାରତ ସରକାରଙ୍କ ଆଇନ୍ ମନ୍ତ୍ରୀ ହୋଇଥିଲେ । ସେ ଭାରତୀୟ ସମ୍ବଧାନ ଗଠନରେ ଏକ ଅଗ୍ରଣୀ ଅଂଶ ଗ୍ରହଣ କରିଥିଲେ ।ଏବଂ ଅସ୍ପୃଶ୍ୟ ବ୍ୟକ୍ତିଙ୍କ ପ୍ରତି ଭେଦଭାବକୁ ନିଷିଦ୍ଧ କରିଥିଲେ,ଏହାକୁ ବିଧାନ ସଭା ମାଧ୍ୟମରେ ପରିଚାଳନା କରିବାରେ ଦକ୍ଷତା ସହ ସାହାଯ୍ୟ କରିଥିଲେ । ସରକାର ତାଙ୍କର ପ୍ରଭାବ ନ ଥିବାରୁ ୧୯୫୧ ମସିହାରେ ଇସ୍ତପା ଦେଇଥିଲେ, ସେ ହିନ୍ଧୁ ଧର୍ମ ତ୍ୟାଗ କରି ନାଗପୁରରେ ଏକ ସମାରୋହରେ ପ୍ରାୟ ୨୦୦,୦୦୦ ସାଥି ଦଳିତଙ୍କ ସହ ବୁଦ୍ଧ ଧର୍ମ ଗ୍ରହଣ କରିଥିଲେ ।ଏହା ପରେ କେତେକ ବ୍ୟକ୍ତି ମଧ୍ୟ ଅମ୍ବେଦକରଙ୍କ ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ,ଗଣତନ୍ତ୍ର ବଞ୍ଚାଅ ନେଇ କିଛି କିଛି ଉଦ୍ଭଦନ ଦେଇଥିଲେ । ଉପସ୍ତିତ ମିନ ଶବର,ସାଇମନ ଶବର,ବନ ଶବର,କାଳିଆ ଶବର, ଗଣେଶ ଶବର,ସୁଜାତା ଶବର, ନିଳାଦ୍ରି ଶବର,ଆଗୟ ଶବର,ସି ପି ଆଇ (ଏମ୍ ଏଲ୍) ଲିବରେସନ୍ ସମ୍ପାଦକ ଶ୍ରୀ-ତ୍ରୀପତି ଗମାଙ୍ଗ ଉପସ୍ଥିତ ଥିଲେ ।
No Result
View All Result