ବର୍ତମାନ ଏହି କାମ୍ପାନୀ ଓଡିଶା ସରକାର ଙ୍କ ଓଡିଶା ମିଲେଟ ମିଶନ ଓ ସମନ୍ମିତ ଚାଷ କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଂସ୍ଥା ଭାବେ ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ରେ କାର୍ଯ୍ୟ କରୁଛି ତତସହିତ ଗତ ତିନି ବର୍ଷା ହେଲା ମଣ୍ଡିରେ ମାଣ୍ଡିଆ ଟି. ଡି. ସି. ସି. ସହଯୋଗ ରେ କ୍ରୟ କରାଯାଉଛି l ଗତ ବର୍ଷ କମ୍ପାନୀ ମୋଟ ୭୭ ଲକ୍ଷ ଟଙ୍କା ର ବ୍ୟବସାୟ କରି ତିନି ଲକ୍ଷ ଟଙ୍କା ଲାଭକରିଥିଲା l ବର୍ତମାନ କମ୍ପାନୀ ର ୩୦୦ ଲୋକ ଅଂଶୀଦାର ଅଛନ୍ତି ଏହାକୁ ବୃଦ୍ଧି କରିବାର ଆବଶ୍ୟକ ରହିଥିବା କଥା କହି ଉତ୍ପାଦିତ ଦ୍ରବ୍ୟ ର ବଜାରୀ କରଣ ଉପରେ ଗୁରୁତ୍ୱ ଦେଇଥିଲେ l
ନାବାର୍ଡର ଜିଲ୍ଲା ବିକାଶ ଅଧିକାରୀ ପ୍ରତୀକ ପଣ୍ଡା କମ୍ପାନୀର ମେମ୍ବରସିପ ସହ ସେରକ୍ୟାପିଟାଲ ବୃଦ୍ଧିକରିବା ଓ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନାରେ କମ୍ପାନୀ ମେମ୍ବର ମାନଙ୍କ ସାମିଲ କରିବା ଓ କମ୍ପାନୀ ର ମେମ୍ବର ମାନେ କିଭଳି ଅଧିକ ଲାଭ ପାଇପାରିବେ ସେହି ଭଳି ବିଜିନେସ ଡେଭେଲପ୍ମେଣ୍ଟ ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ i ଆର.ଉଦୟଗିରି ସ୍ତିତ କୃଷିବିଜ୍ଞାନ କେନ୍ଦ୍ର ମୁଖ୍ୟ ସଂଗ୍ରାମ କେଶରୀ ପରମଗୁରୁ ଉନ୍ନତ ଓ ଜୈବିକ ପ୍ରଣାଳୀରେ ଚାଷକରିବା ସହ କମ୍ପନୀ ସରକାରଙ୍କ ବିଭିନ୍ନ ଯୋଜନା ରେ ସାମିଲ ହେବ ଉଚିତ ବଳି ମତପ୍ରକାଶ କରିଥିଲେ l
ଓଡିଶା କୃଷି ଶିଳ୍ପ ନିଗମର ଉପଦେଷ୍ଟା ତଥା ଅଧକ୍ଷ ପେରସ କୁମାର ପରିଛା ଉପସ୍ଥିତ ରହି ଜମିକୁ ଜଳଯୋଗାଣ ଓ ଓଡିଶା କୃଷି ଶିଳ୍ପ ନିଗମର କାର୍ଯ୍ୟକ୍ରମ ବିଷୟରେ ଉଦବୋଧନ ଦେଇଥିଲେ l ଏଥିସହିତ ଉଦ୍ୟାନ ,କୃଷି,ମଶ୍ଚହ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ରହି ସେମାଙ୍କ ବିଭାଗର କାର୍ଯ୍ୟକ୍ରମ ବିଷୟରେ ଉଦବୋଧନ ଦେଇଥିଲେ l ସୁରକ୍ଷା ସଂଗଠନର ଓଡିଶା ମିଲେଟ ମିଶନ ଆର .ଉଦୟଗିରି ବ୍ଲକ ସଂଯାଜକ ଘନଶ୍ୟାମ ଜେନା ଓ ସମନ୍ମିତ ଚାଷର ବ୍ଲକ ସଂଯାଜକ ସନ୍ତୋଷ କୁମାର ରାଉଳ ମା କୂରେଈଶୁଣୀ ପ୍ରଡୁସର କମ୍ପାନୀ ମାଧ୍ୟମରେ ସମ୍ପାଦିତ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ l
ତତ ପରେ କମ୍ପନୀର ଆୟ ବ୍ୟୟ ହିସାବ,ନିର୍ଦେଶକ ଚୟନ ,ଖରିଫ ଚାଷ ପୂର୍ବରୁ ଗୋରୁଗାଈ ଆକଟ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା l କମ୍ପାନୀର ନିର୍ଦେଶକ ଯୁଧିଷ୍ଠିର ବଡମୁଣ୍ଡି ନିମଂତ୍ରିତ ଅତିଥି ତଥା ଉପସ୍ଥିତ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ବୈଠକରେ ଅଗ୍ରଣିଚାଷୀ ତଥା ପୂର୍ବତନ ରାମଗିରି ଜିଲ୍ଲା ପରିଷଦ ସଭ୍ୟ ତାରିଣୀ ଚରଣ ଗୌଡ଼ ,ଅଗ୍ରଣିଚାଷୀ ତଥା ପୂର୍ବତନ ସୁବଲଡା/ତବରସିଂ ସମିତି ସଭ୍ୟ ଗୋପାଳ କୃଷ୍ଣ ଦଳାଇ, ମା କୂରେଈଶୁଣୀ ପ୍ରଡୁସର କମ୍ପାନୀର ନିର୍ଦେଶକ କୋରା ବଡମୁଣ୍ଡି ,ଚିତ୍ତରଞ୍ଜନ ରଇତ, ରମେଶ ବଡ଼ରାଇତ, ଗାଦୁ କାର୍ଜି, ଅର୍ଜୁନ କାର୍ଜି ଆଦି ଉପସ୍ଥିତ ରହି ଆୟୋଜନ କରିବା ରେ ସହଯୋଗ କରିଥିଲେ l

© 2023 Odisha Taza News.