ପାରାଦୀପ ବନ୍ଦରରେ ମିଳିତ ସମରାଭ୍ୟାସ “ସାଗର କବଚ”

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରାଦୀପ :- ଚଳିତ ବର୍ଷର ପ୍ରଥମ ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ ପାରାଦୀପ ଉପକୂଳରେ ଅନୁଷ୍ଠିତ ହୋଇଛି । ଜଳପଥରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବାକୁ ମଙ୍ଗବାରଠାରୁ ଭାରତୀୟ ନୌସେନା, କୋଷ୍ଠଗାର୍ଡ, ମେରାଇନ୍ ପୋଲିସ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ ରୁ ଅଧିକ ବିଭାଗ ଏହି ମିଳିତ ସମରାଭ୍ୟାସ ରେ ସାମିଲ ହୋଇଛନ୍ତି ।ରେଡ ଓ ବ୍ଲୁ ନାମରେ ଦୁଇଟି ଟିମରେ ବିଭକ୍ତ ହୋଇ ସୁରକ୍ଷା କର୍ମଚାରିମାନେ କସରତ କରୁଛନ୍ତି । ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳ ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ଦେଶକୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ବର୍ଷ ଏହି ମିଳିତ ସମରାଭ୍ୟାସ ହେଉଛି । ବ୍ଲୁ ଟିମ ରେ ରହିଛନ୍ତି ଭାରତୀୟ ନୌସେନା, କୋଷ୍ଟ ଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, କଷ୍ଟମସ ଙ୍କ ସମେତ ୧୧ ଟି ଟିମ୍ । ସେହିପରି ରେଡ ଟିମ୍ ରେ ବିଭିନ୍ନ ବିଭାଗରୁ ଦକ୍ଷ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।