ବୈଠକରେ ଶ୍ରୀ ପଣ୍ଡାଙ୍କ ଦ୍ବାରା ଇଜ୍ ଅଫ୍ ଡୁଇଙ୍ଗ ବିଜନେସ, ଭିତ୍ତିଭୂମି ବିକାଶ, ଦେଶରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ନିଆ ଯାଇଥିବା ସଂସ୍କାର ଏବଂ ଦୀର୍ଘକାଳୀନ ଶିଳ୍ପନୀତି ବିଷୟରେ ଆଲୋଚନା କରାଯାଇଥିଲା । ଏହି ଗୋଲ ଟେବୁଲ ବୈଠକ ଫିକି ଏବଂ ୟୁଏସ୍ – ଇଣ୍ଡିଆ ଷ୍ଟାଟେଜିକ ପାଟନରସିପ ଫୋରମ୍ ଦ୍ବାରା ଆୟୋଜିତ ହେଇଥିଲା। ଏହି ବୈଠକ ଆଇଏମଏଫ୍ ର ୱାଶିଂଟନ ଡିସିରେ ହେଉଥିବା ସ୍ପ୍ରିଙ୍ଗ ମିଟିଂ(ବସନ୍ତ ବୈଠକ)ର ଅଂଶ ବିଶେଷ। ଏହି ବୈଠକରେ ଶିଳ୍ପ କ୍ଷେତ୍ରର ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗଦାନ ଦେଇଥିଲେ।
ଶ୍ରୀ ଶୁଭ୍ରକାନ୍ତ ପଣ୍ଡା ଫିକିର ଏକ ପ୍ରତିନିଧି ମଣ୍ଡଳୀକୁ ପ୍ରତିନିଧିତ୍ବ କରିବା ସହ ୱାଶିଂଟନ ଡିସି ଗସ୍ତରେ ଅଛନ୍ତି କରିଥିଲେ l ଏଥିସହ ଶ୍ରୀ ପଣ୍ଡା ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀଯୁକ୍ତ ଶକ୍ତିକାନ୍ତ ଦାସଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀ ଦାସ ମଧ୍ୟ ବିଶ୍ୱ ବ୍ୟାଙ୍କ୍ ଏବଂ ଆଇଏମଏଫ୍ ସ୍ପ୍ରିଙ୍ଗ୍ ମିଟିଂ ରେ ଯୋଗଦେଇଥିଲେ। ଶ୍ରୀ ପଣ୍ଡା ଏବଂ ଶ୍ରୀ ଦାସଙ୍କ ମଧ୍ୟରେ ମହାମାରୀ ପରବର୍ତ୍ତୀ ପରିସ୍ଥିତିରେ ଉନ୍ନୟନ ଏବଂ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ସଂକ୍ରାନ୍ତରେ ଆଲୋଚନା ହୋଇଥଲା।

© 2023 Odisha Taza News.