ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଜି ମାଥି ଭାଥନନ୍ ଅର୍ବାନ୍ ଗଭର୍ଣ୍ଣାନ୍ସ୍ ଭିଜନ୍ ୨୦୨୩-୨୪ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଏଥିରେ ସେ ସହରାଞ୍ଚଳ ରୂପାନ୍ତରଣ ଠାରୁ ଆରମ୍ଭ କରି ୱାର୍ଡ ଅଫିସ କାର୍ଯ୍ୟକ୍ଷମ, କଲ୍ୟାଣମଣ୍ଡପ ନିର୍ମାଣ, ରୋଡ, ଡ୍ରେନ୍, ଭେଣ୍ଡିଂ ଜୋନ୍, ମୁକ୍ତା ୨.୦, ଜାଗା ମିଶନ୍ ୨.୦, ପାନୀୟ ଜଳ ୨.୦, କଠିନ ଓ ତରଳ ବର୍ଜ୍ୟ ପରିଚାଳନା, ଗାରିମା ଆଦି ସମସ୍ତ ଯୋଜନା ବିଷୟରେ ପ୍ରକାଶ କରିଥିଲେ ।
ସେହିପରି କଂକ୍ରିହୀନ ଜଳାଶୟ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ସମସ୍ତ ସିସି ରୋଡ୍କୁ ପେଭର୍ ବ୍ଲକ୍ରେ ରୂପାନ୍ତରଣ, ଜାଗା ମିଶନ୍ରେ ଜଙ୍ଗଲ ଓ ଅନ୍ୟାନ୍ୟ କିସମର ଜମି ହସ୍ତାନ୍ତରଣ, କଚ୍ଚା ଡ୍ରେନ୍ ଓ ରାସ୍ତାକୁ ପକ୍କା କରିବା, ଖୋଲା ଡ୍ରେନ୍କୁ ଆଚ୍ଛାଦିତ କରିବା, ସାମାଜିକ କାର୍ଯ୍ୟକ୍ରମ ପାଇଁ ଏନ୍ଏସି, ପୌରପାଳିକା ଓ ମହାନଗର ନିଗମରେ ଯଥାକ୍ରମେ ୨, ୪ ଓ ୧୦ଟି ଲେଖାଏଁ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ଲକ୍ଷ୍ୟ ନେଇ କାମ ଜୋରଦାର କରିବାକୁ ଶ୍ରୀ ମାଥି ଭାଥନନ କହିଥିଲେ।
ଏହା ସହ ମୁକ୍ତା ଯୋଜନାରେ ଅଧିକରୁ ଅଧିକ ମିଶନ୍ ଶକ୍ତି ଗ୍ରୁପ୍କୁ ସାମିଲ୍ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟପଟେ ମିଶନ୍ ଶକ୍ତି ଗ୍ରୁପ୍ ହଇରାଣ ହରକତ କରିବା, ବ୍ୟାଟିଂ କରିବା ଓ ବିଲ୍ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମାଥି ସତର୍କ କରିଦେଇଥିଲେ। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ କର୍ମଶାଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କର୍ମଶାଳାରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ନିର୍ଦ୍ଦେଶକ ସୁଡା ସାରଦା ପ୍ରସାଦ ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍, ବିଏମ୍ସି କମିଶନର ଜେ.ସୋନାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

© 2023 Odisha Taza News.