No Result
View All Result
୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ମୋହନାରେ ଓବିସି ଓ ସାଧାରଣ ବର୍ଗ ପିଲାଙ୍କ ପାଇଁ ହାଇସ୍କୁଲ ଦାବି କରିଛନ୍ତି ସ୍ଥାନୀୟ ଲୋକେ l ସୋମବାର ସ୍ଥାନୀୟ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଦାବି ଜଣାଇଛନ୍ତି ଜନ ପ୍ରତିନିଧି , ବୁଦ୍ଧିଜୀବୀ , ଯୁବକ ସଂଘ,ଅବିଭାବକ l ମୋହନlରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଗୋଟିଏ ହାଇସ୍କୁଲ ଅଛି l ଏଥିସହ ଗୋଟିଏ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅଛି l କିନ୍ତୁ ସେହି ଦୁଇଟି ବିଦ୍ୟାଳୟରେ ଓବିସି ଓ ସାଧାରଣ ବର୍ଗ ପିଲାଙ୍କୁ ଆଡ଼ମିଶନ କରାଯାଉ ନାହିଁ l
ଫଳରେ ଏହି ବର୍ଗର ପିଲା ମାନେ ମୋହନା ଛାଡ଼ି ଦୁର ଦୁରାନ୍ତରେ ଥିବା ହାଇସ୍କୁଲ ରେ ପଢିବାକୁ ବାଧ୍ୟ ହେଉଛନ୍ତି l ତେଣୁ ମୋହନା ଠାରେ ହାଇସ୍କୁଲ ସ୍ଥାପନ ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମୂଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଙ୍କ ଠାରେ ମଧ୍ୟ ବହୁବାର ଦାବି ଜଣାଇଛନ୍ତି l କୌଣସି ସୁଫଳ ମିଳିନାହିଁ l ତେଣୁ ସରକାର ତୁରନ୍ତ ମୋହନା ଠାରେ ନୂତନ ହାଇସ୍କୁଲ ସ୍ଥାପନ କିମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲ ର ମାନ୍ୟତା ଦେଲେ ଓବିସି ଓ ସାଧାରଣ ବର୍ଗ ପିଲା ଉପକୃତ ହୋଇପାରିବେ ବୋଲି କହିଛନ୍ତି l
ଯଦି ସରକାର ଏହି ଦାବି ପ୍ରତି ଗୁରୁତ୍ବ ନଦେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ l ଏହି ସାମ୍ବାଦିକ ସମ୍ମିଳନୀରେ ମୋହନା ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକ, ଶିକ୍ଷାବିତ ମଧୁସୂଦନ ପାଢ଼ୀ, ମାର୍ସେଲ ନାୟକ, ଯୁବକ ସଂଘ ସମ୍ପାଦକ ଜିତେନ୍ଦ୍ର ବେହେରା, ଅବସରପ୍ରାପ୍ତ ଶିକ୍ଷକ ରମେଶ ମହାପାତ୍ରଙ୍କ ସମେତ ବିଦ୍ୟାଳୟ କମିଟି ଓ ବହୁ ଅଭିଭାବକ ଉପସ୍ଥିତ ଥିଲେ l

No Result
View All Result