୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ପରମ ବୈଷ୍ଣବୀ ମା, ହାଡ଼ବାଇଙ୍କ ଯାତ୍ରା ମହୋତ୍ସବ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ସୋମବାର ଥିଲା ଦ୍ୱିତୀୟ ଦିବସ ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯାତ୍ରା ମହୋତ୍ସବ କମିଟିର ଚେୟାରମ୍ୟାନ ଶିଶିର ରାଉତରାୟଙ୍କ ସଭା ପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ, ଗ୍ରାମ୍ୟ କମିଟିର ଉପ ସଭାପତି ବିକ୍ରମ ଶତପଥୀ ସଭା ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଡ଼ାକ୍ତର କୃପାସିନ୍ଧୁ ପଣ୍ଡା ମୁଖ୍ୟ ଅତିଥି, ପ୍ରରଣା ନନ୍ଦ ଦାସ ମନୁ ଭାଇ ମୁଖ୍ୟ ବକ୍ତା , କମିଶନରେଟ ପୋଲିସ ଯୋନ ୪ ଏସିପି ଚନ୍ଦନ ଘଡେଇ, କଟକ ସଦର ଆଇଆଇସି ରଶ୍ମୀରଞନ ମହାପାତ୍ର, ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ଗିରିଶ ଚନ୍ଦ୍ର ମିଶ୍ର ,ରାଜେଶ ପଟାଡିଆ,
ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, କାର୍ଯ୍ୟକାରି ସଭାପତି ତ୍ରୈଲୋକ ପ୍ରଧାନ, କେଦାର ନାଥ ସିଂ ପ୍ରମୁଖ , ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଖ ପଡୋଶୀଙ୍କ ସହିତ ସୁସଂପର୍କ ରଖିଥିବା ସହିତ ଭାଇଚାରା ବଜାଇ ରଖିବା ପାଇଁ ପ୍ରତ୍ୟେକ ଗ୍ରାମର ସଭାପତି, ସଂପାଦକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପ୍ରତାପନଗରୀ, ଭାଣପୁର ,ପାଇକସାହି, ଡାହାଳିବାଗ , ରାମନଗର,ତେଲଙ୍ଗାପେଣ୍ଠ ବଜାର କମିଟି, ନଛିପୁର, କାଜିପୁର ଅମଣିଆଗୋରଡା, ଅଢ଼ଙ୍ଗଡିହ, କୋଠସାହି, କୁମ୍ଭରାଜପୁର, ନୂଆ ପାଟଣା,କାଜିପୁର, ସଇନ୍ଧା, ବାଲିସାହି, ବମ୍ଫକୁଦ, ମୁଗଭଙ୍ଗା, ନୂଆ କାଚରାମାଳ,
ପୁରୁଣା କାଚରାମାଳ ଆଦି ଗ୍ରାମର ସମସ୍ତ ସଭାପତି ସଂପାଦକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଗ୍ରାମ୍ୟ ଉନ୍ନୟନ କମିଟିର ସଂପାଦକ ବିଜୟ ରାଉତରାୟ ଧନ୍ୟବାଦ ଦେଇଥିଲେ । ଏଥିରେ ନୂଆ ଗଡ଼ର ସମସ୍ତ ମୁରବୀ ଯୁବକ ମାନେ କାର୍ଯ୍ୟକ୍ରମକୁ ପରିଚାଳନେ ସହଯୋଗ କରିଥିଲେ ।

© 2023 Odisha Taza News.