୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ନେକ୍ସା ସାଇବର୍ସିଟିରେ ମାରୁତି ସୁଜୁକି ଜିମ୍ନିକୁ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ କରାଯାଇଛି । ଜ୍ୟୋତି ଗ୍ରୁପ୍ର ଏମ୍ଡି ଶ୍ରୀ ଦେବଜ୍ୟୋତି ପଟ୍ଟନାୟକ ଓ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ୍)ର ଆର୍ଏମ୍ ଶ୍ରୀ କାର୍ତିକ ରାଜାଙ୍କ ଉପସ୍ଥିତିରେ ଜିମ୍ନିକୁ ପ୍ରଦର୍ଶିତ କରାଯ।ଇଛି । ୨୦୨୩ ଏପ୍ରିଲ୍ ୯ ଓ ୧୦ ତାରିଖ ଦୁଇ ଦିନ ପାଇଁ ଭୁବନେଶ୍ୱରର ନେକ୍ସା ସାଇବର୍ସିଟିରେ ଜିମ୍ନି ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ କରାଯାଇଛି ।
ଛୋଟ କାର୍ ବର୍ଗରେ ଅଗ୍ରଣୀ ମାରୁତି ସୁଜୁକି ଏହାର ମଧ୍ୟମ ଆକାର ଏସ୍ୟୁଭି ଜିମ୍ନି ଜରିଆରେ ବିଜୟୀ ହେବା ଏବଂ ଅଧିକ ବଜାର ଅଂଶ ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଛି । ଜିମ୍ନିକୁ କଂପାନି ଏହାର ପ୍ରଥମ ଅଫ୍-ରୋଡ୍ ଗାଡି ଭାବେ ଡିଜାଇନ୍ କରିଛି । ଏଥିରେ ରହିଛି ୧୦୫ ଏଚ୍ପି, ୧.୫ ଲିଟର କେ୧୫ବି ପେଟ୍ରୋଲ୍ ଇଂଜିନ୍ ଯେଉଁଥିରେ ରହିଛି ୫ ସ୍ପିଡ୍ ମାନୁଆଲ୍ କିମ୍ବା ୪ ସ୍ପିଡ୍ ଟର୍କ କନଭର୍ଟର ଅଟୋମେଟିକ୍ ଟ୍ରାନ୍ସମିସନ ।
ଜିମ୍ନି ଅଫ୍ରୋଡ୍ ଗିୟରରେ ଏଥିରେ ରହିଛି ସୁଜୁକିର ଅଲ୍ ଗ୍ରିପ ପ୍ରୋ ୪ଡବ୍ଲୁଡି ବ୍ୟବସ୍ଥା ସହିତ ଏକ ମାନୁଆଲ୍ ଟ୍ରାନ୍ସଫର କେସ୍ ଏବଂ ୨ଡବ୍ଲୁଡି,-ହାଇ, ୪ଡବ୍ଲୁଡି-ହାଇ ଓ ୪ଡବ୍ଲୁଡି-ଲୋ ମୋଡ୍ ଥିବା ଏକ ଲୋ-ରେଂଜ୍ର ଗିୟରବକ୍ସ । ଏଥିରେ ରହିଛି ଏକ ଶକ୍ତ ଲାଡର-ଫ୍ରେମ୍ ଚେଚିସ୍ । ଜିମ୍ନି ହେଉଛି ନେକ୍ସା ପୋର୍ଟଫୋଲିଓରେ ଯୋଡ଼ି ହୋଇଥିବା ସଦ୍ୟତମ ଉତ୍ପାଦ ଯେଉଁଥିରେ ସିଗ୍ନେଚର ଡିଜାଇନ୍ ଇଆନ୍ ଗଜ୍, କ୍ରାଫ୍ଟେଡ୍ ଫ୍ୟୁଚରିଜମ୍ ରହିଛି ।

ସାରା ଓଡ଼ିଶାରେ ଥିବା ମାରୁତି ସୁଜୁକିର ପ୍ରିମିୟମ୍ ରିଟେଲ୍ ନେଟ୍ୱର୍କ ନେକ୍ସା ମାଧ୍ୟମରେ ଜିମ୍ନିକୁ ବିକ୍ରି କରାଯିବ । ଏହାର ଉନ୍ମୋଚନ ପୂର୍ବରୁ ଜ୍ୟୋତି ଗ୍ରୁପ୍ର ନେକ୍ସା ଟିମ୍ ଗ୍ରାହକଙ୍କ ଠାରୁ ଜବରଦସ୍ତ ସମର୍ଥନ ହାସଲ କରିଛି । ଏହି ପ୍ରଦର୍ଶନ କାର୍ଯ୍ୟକ୍ରମ ପରେ ବୁକିଂରେ ଉଲ୍ଲେଖନୀୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।













