୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ । କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ଜଗନ୍ନାଥ ନାୟକଙ୍କର ଶନିବାର ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁରେ ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟି ଏବଂ ମା,ହାଡ଼ବାଇ ଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ଜଗନ୍ନାଥ ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟିର ଜଣେ ସକ୍ରୀୟ ସଦସ୍ୟ ଥିଲେ । ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ସୂଚାରୁ ରୂପେ କାର୍ଯ୍ୟ ସଂପାଦନ କରିଥାନ୍ତି । ଶନିବାର ମଧ୍ୟାହ୍ନରେ କଟକ ମାଲଗୋଦାମ ଠାରେ ଏକ ଟ୍ରକ ଜଗନ୍ନାଥଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଆହତ ଜଗନ୍ନାଥଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଜଗନ୍ନାଥଙ୍କ ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା କ୍ଷଣି ତାଙ୍କ ବାସ ଭବନରେ ଲୋକଙ୍କ ଭିଡ଼ ଜମିଥିଲା ।
କଟକ ବଡ଼ ଡ଼ାକ୍ତରଖାନାରୁ ତାଙ୍କ ମୃତ ଶରୀର ଗ୍ରାମରେ ଆସି ପହଞ୍ଚିବାରୁ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ଗ୍ରାମ୍ୟ କମିଟିର ସଭାପତି ଯତିନ୍ଦ୍ର ନାଥ ଶତପଥୀ, ହାଡ଼ବାଇ ଯାତ୍ରା କମିଟିର ଚେୟାରମ୍ୟାନ ଶିଶିର କୁମାର ରାଉତରାୟ, ଗ୍ରାମ୍ୟ କମିଟିର ସଂପାଦକ ବିଜୟ କୁମାର ରାଉତରାୟ, ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର , କଟକ ସଦର ଥାନା ଆଇଆଇସି ରଶ୍ମୀରଞନ ମହାପାତ୍ର, ସନ୍ତୋଷ କୁମାର ଲେଙ୍କା, ଚତୁରଭୁଜ ମହାପାତ୍ର, ବିକ୍ରମ ଶତପଥୀ, ଉପଦେଷ୍ଟା ପ୍ରଶନ କୁମାର ସାହୁ, କେଦାର ନାଥ ସିଂ, ତ୍ରୈଲୋକ ନାଥ ପ୍ରଧାନ, ସଦାଶିବ ମହାନ୍ତି, ଡ଼ମ୍ବୁରଧର ସାମନ୍ତରାୟ, ଭରତ ଚନ୍ଦ୍ର ଭୂୟାଁ,
ଅନିରୁଦ୍ଧ ନାୟକ, ବିଜୟ କୁମାର ଜେନା, ଦୂର୍ଗା ଚରଣ ନାୟକ, ସୁକାନ୍ତ ଶତପଥୀ, ଲକ୍ଷ୍ମୀ ଧର ବେଉରା, ପ୍ରମୋଦ ବେଉରା,ପ୍ରଦୀପ ଖୁଣ୍ଟିଆ, ରାଜନ ସ୍ୱାଇଁ, ବଳରାମ ସାହୁଙ୍କ ସମେତ ଗ୍ରାମର ସମସ୍ତ ଯୁବକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କ ମୃତ ଦେହକୁ ଏକ ବିରାଟ ପଟୁଆରରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହିତ ଯାତ୍ରା ପଡ଼ିଆକୁ ନିଆଯାଇଥିଲା । ସେଠାରୁ ସ୍ୱର୍ଗ ରଥରେ ପୁରୀ ନିଆଯାଇ ସ୍ୱର୍ଗ ଦ୍ୱାର ରେ ଶେଷ କୃତ୍ୟ ସଂପର୍ଣ୍ଣ କରାଯାଇଥିଲା । ତାଙ୍କ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ । ଜଗନ୍ନାଥଙ୍କ ପରଲୋକ ଯୋଗୁଁ ହାଡ଼ବାଇ ଯାତ୍ରା ମହୋତ୍ସବର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଗୋଟିଏ ଦିନ ପାଇଁ ସ୍ତଗିତ ରଖାଯାଇଥିଲା ।

© 2023 Odisha Taza News.