ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) ଗଜପତି ଜିଲ୍ଲା :- ଗଜପତି ଜିଲ୍ଲାକୁ ଦିନକିଆ ଗସ୍ତରେ ଆସି ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପହଞ୍ଚି କରନା ମୁକାବିଲାର ସମୀକ୍ଷା କରିଥିଲେ । ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଜ ସୀତାପୁର ଠାରେଥିବା କୋଭିଡ ହସ୍ପିଟାଲର ଉନ୍ନୟନ ପାଇଁ ସାଂସଦ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ପୂର୍ବ ରୁ ମଞ୍ଜୁର କରିଥିବା ପ୍ରକାଶ କରିଥିଲେ l ସେହିପରି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ସେ ଏକ ସଦସ୍ୟ ହୋଇଥିବାରୁ ଆଗାମୀ ଦିନରେ ରାଜ୍ୟସ୍ତରୀୟ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହେବ ସେ ସେଥିରେ ଯୋଗ ଦେଇ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଷୟରେ ନିଜର ମତ ରଖିବେ ।
ଏଥି ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଠାରୁ ଏଠାରେ ସଂଗଠିତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ର ସମସ୍ତ ତଥ୍ୟ ସଂଗ୍ରହ କରାଗଲା ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ ଯେଉଁ ଭଳି ପଦକ୍ଷେପ ନେଉଛନ୍ତି ତାକୁ ସେ ସ୍ୱାଗତ କରିବା ସହ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାରେ କରୋନା ମୁକାବିଲାପାଇଁ ନେଇ ଥିବା ବିଭିନ୍ନ ପଦକ୍ଷେପ କୁ ସେ ପ୍ରଶଂସା କରିଥିଲେ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଗଜପତି ଜିଲ୍ଲାରେ ଆହୁରି ଅନେକ ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ସାରା ଶର୍ମା, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ବି.ଜେ.ଡି.ଯୁବ ସଭାପତି ଏସ୍.ଲିଙ୍ଗରାଜ, ଯୁବରାଣୀ କଲ୍ୟାଣୀ ଦେବୀ, ବରିଷ୍ଠ ନେତା ବସନ୍ତ ଦାସ, ରାମନାଥ ମିଶ୍ର, ଅନ୍ତର୍ଯ୍ୟାମୀ ଗମାଙ୍ଗ, ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ,ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭା ନେତ୍ରୀ ସଂଜୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିଲେ । (ରିପୋର୍ଟ: ଗରୁଡ଼ ଧ୍ଵଜ ଚୌଧୁରୀ ଗଜପତି ଜିଲ୍ଲା)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com