ସୁରକ୍ଷା ସଙ୍ଗଠନର ସମ୍ପାଦକ ଏସ୍ ଭେଙ୍କଟ ଭାର୍ଗବ ରେଡି ଓ ଅନଘା ସରପଞ୍ଚ ସୁବାସିନି ନାୟକ ଉପସ୍ଥିତ ରହି ଜଳଛାୟାର ପ୍ରକଳ୍ପର ଲକ୍ଷ୍ୟ ଉଦ୍ଦେଶ୍ୟ ତଥା ପ୍ରକଳ୍ପ ଅଂଚଳର ଜୀବିକାର ଉନ୍ନତି ବିଷୟରେ ଉପସ୍ଥିତ ଲୋକମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ବଡଗାଁ ଗ୍ରାମବାସୀ ଆର,ଉଦୟଗିରି ବିଡିଓଙ୍କୁ ବଡଗାଁ ସ୍ଥିତ ସରକାରୀ ବିଦ୍ୟାଳୟ ଗୃହ ନିର୍ମାଣ, ରାସ୍ତା ନିର୍ମାଣ, ବିଷୟରେ ଅଭିଯୋଗ କରିଥିଲେ ।
ବିଡିଓ ଶ୍ରୀ ଖର୍ସେଲ ତୁରନ୍ତ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ପ୍ରତିଶୃତି ଦେବା ସହିତ ରାସ୍ତା ନିମନ୍ତେ ଗ୍ରାମ ଉନ୍ନୟନ ବିଭାଗ ସହ ଯୋଗାଯୋଗ କରି ରାସ୍ତା ମରାମତି ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଲାଂଜିଆ ନାଳ ଜଳ ବିଭାଜିକା ପ୍ରକଳ୍ପକୁ ନାବାର୍ଡ ଜିଲ୍ଲା ଉନ୍ନୟନ ଅଧିକାରୀ ଉଦ୍ଘାଟନ କହିଥିଲେ । ଏହି କାର୍ଯ୍ୟକ୍ରମକୁ ସୁରକ୍ଷା ସଙ୍ଗଠନର ଜଳ ବିଭାଜିକା ପ୍ରକଳ୍ପର ପରିଚାଳକ ପ୍ରେମାନନ୍ଦ ବେହେରା, ସୋନାଲିସିଂ, ଗୌରହରି ପଣ୍ଡା ପ୍ରମୁଖ ଆୟୋଜନ କହିଥିଲେ ଓ ଉଭୟ ଜଳବିଭାଜିକା ପ୍ରକଳ୍ପର କମିଟି ତଥା ଗ୍ରାମବାସୀ ସହଯୋଗ କରିଥିଲେ ।


© 2023 Odisha Taza News.