No Result
View All Result
୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏରେଦେଲା ସାହି ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜ଼ିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର କହିଥିଲେ ଯେ ମହାନ ରାଷ୍ଟ୍ର ନାୟକ ବା ମହାପୁରୁଷ ଜନସଂଘର ପ୍ରତିଷ୍ଠାତା ଦୀନ ଦୟାଲ ଉପାଧ୍ୟାୟ ଓ ଡ଼ଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ମାର୍ଗ ଦର୍ଶନ ରେ ପ୍ରଭାବିତ ହୋଇ କିଭଳି ବିଜେପି ୧୯୮୦ମସିହା ଏପ୍ରିଲ ଛ ତାରିଖରେ ଜନ୍ମ ନେବା ସହ ବିଜେପି ର ପ୍ତିତିଷ୍ଠାତା ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀ ଓ ଏ ଯୁଗର ଲୌହ ମାନବ ଲାଲକୃଷ୍ଣ ଆଡ଼ଭାନୀ କିଭଳି ଶତ ଝଡ଼ ଝଞ୍ଜାର ସମ୍ମୁଖୀନ ହୋଇ ଭାରତ ର ପରିଚୟ ପୁଣି ଥରେ ସମଗ୍ର ବିଶ୍ୱରେ କିଭଳି କାୟା ବିସ୍ତାର କରିଛି ସେ ଉପରେ ବର୍ଣ୍ଣନା କରିଥିଲେ ।
ତାଙ୍କ ଉତ୍ତରଧାକାରୀ ମୋଦିଜୀ ବର୍ତମାନ କିଭଳି ସର୍ବୋଚ୍ଚ ଲୋକପ୍ରିୟତା ବଜାୟ ରଖିଛନ୍ତି ସେଥି ଉପରେ ଆଲୋକପାତ କରିଥିଲେ।ଉକ୍ତ ଦିବସରେ ଅନ୍ୟ ମାନଙ୍କ ମଧରେ ଅନ୍ୟତମ ସାଧାରଣ ସମ୍ପାଦକ ଆଇ ପ୍ରଶାନ୍ତ,ଜ଼ିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ,ମହିଳା ମୋର୍ଚ୍ଚା ସଭାପତି ଅରୁଣିମା ସାହୁ, ଗୋଶାଣୀ ସମିତି ସଭ୍ୟ ଜି. ଶ୍ରୀଧର ନାଇଡ଼ୁ, ପୂର୍ବତନ କେ. ସୀତାପୁର ସରପଞ୍ଚ ଡ଼ି ରାଜେଶ, ଗତ ପୌର ନିର୍ବାଚନରେ ଆଧକ୍ଷା ଭାବେ ପ୍ରତିଦ୍ବନ୍ଦିତା କରିଥିବା ରାଜେଶ୍ୱରୀ ଆମ୍ମାଙ୍କ ସହ ଅନେକ ମଣ୍ଡଳ ଓ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ଉକ୍ତ ପ୍ରତିଷ୍ଠା ଦିବସରେ ଭାଗ ନେଇଥିଲେ

No Result
View All Result