ଏପ୍ରିଲ ୭,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ଆରାଧ୍ୟ ଦେବୀ ପରମ ବୈଷ୍ଣବୀ ମା,ହାଡ଼ବାଇଙ୍କ ବାର୍ଷିକ ମହାଯଜ୍ଞ ଗୁରୁବାର ରାତିରେ ଉଦଯାପିତ ହୋଇଛି ।
ଏହି ମହାଯଜ୍ଞରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା , କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର, ରାଜକୁମାରୀ ସ୍ୱାଇଁ, କୌଶିକ୍ ଜେନା, ସୁଶାନ୍ତ କୁମାର ମହାନ୍ତି, ମନୋରଞ୍ଜନ ମିଶ୍ର ,ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମା, ହାଡ଼ବାଇଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ଥିଲେ ।
ପୂର୍ବତନ ସରପଞ୍ଚ ପୀତବାସ ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ହାଡ଼ବାଇ ପୂଜା କମିଟିର ସମସ୍ତ ସଦସ୍ୟ ଗ୍ରାମର ମୁରବୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବରର୍ଦ୍ଧିତ କରିଥିଲେ । ଯଞର ପୂର୍ଣ୍ଣ ଆହୁତି ପରେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଯୁବକ ମାନେ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ ।















