କବି ଶ୍ରୀ ସେଠୀଙ୍କ କବିତାରେ ମାଟିର ମହକ, ଆନନ୍ଦ, ଆଲୋକ ଓ ପୁଲକ ଅଛି । ଦେବଭାଷା ସଂସ୍କୃତ ମାଧ୍ୟମରେ ଏହାର ପ୍ରସାର ଏକ ବିଶେଷ ଉପଲବ୍ଧି ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ । କବି ଶ୍ରୀ ସେଠୀ ନିଜ ସାରସ୍ୱତ ସାଧନାର ଭୂମି ଓ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ପୂର୍ବତନ ସାଂସଦ ତଥା ବରିଷ୍ଠ କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ କବିଙ୍କ ସୃଷ୍ଟିସମ୍ଭାର ଉପରେ ଆଲୋକପାତ କରିି ମଣିଷର ସ୍ୱପ୍ନ,
ସଂଘର୍ଷ, ସଂଗ୍ରାମ ଓ ଉତ୍ତରଣ ସେସବୁରେ ରୂପାୟିତ ହୋଇଛି ବୋଲି ଉଲ୍ଲେଖ କରିଥିଲେ । ଅନୁବାଦକ ତଥା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପୁସ୍ତକର ପ୍ରକାଶକ ହର୍ ଆନନ୍ଦ ପବ୍ଲିକେସନ୍ସ (ନୂଆଦିଲ୍ଲୀ)ର ଆଶିଷ ଗୋସାଇଁ ପ୍ରମୁଖ ପୁସ୍ତକର ବିଭିନ୍ନ ଦିଗ ଓ ନିଜର ସଂପୃକ୍ତି ସଂପର୍କରେ କହିଥିଲେ । କବି ରକ୍ଷକ ନାୟକ ପୁସ୍ତକ ସଂପର୍କରେ ସୂଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

© 2023 Odisha Taza News.