• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜଳସମ୍ପଦ ବିଭାଗରେ ନବ ନିଯୁକ୍ତ ଭୂତତ୍ତ୍ୱବିତ୍‌ମାନଙ୍କୁ ନିଯୁକ୍ତ ପତ୍ର ପ୍ରଦାନ : ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ

Proprietor Abhimanyu Maharana by Proprietor Abhimanyu Maharana
April 6, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ଜଳସମ୍ପଦ ବିଭାଗରେ ନବ ନିଯୁକ୍ତ ଭୂତତ୍ତ୍ୱବିତ୍‌ମାନଙ୍କୁ ନିଯୁକ୍ତ ପତ୍ର ପ୍ରଦାନ : ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ
Share on FacebookShare on TwitterWhatsapp

ଭୂତଳ ଜଳର ଉପଲବ୍‌ଧତା ସଂପର୍କିତ ମୋବାଇଲ୍‌ ଆପ୍‌ର ଶୁଭାରମ୍ଭଜିଓଲୋଜିଷ୍ଟ ମାନେ ଭୂତଳ ଜଳର ସଠିକ୍‌ ସ୍ଥିତି ଅନୁଧ୍ୟାନ କରି ଜଳର ଉପଯୁକ୍ତ ବିନିଯୋଗରେ ସହାୟକ ହୁଅନ୍ତୁ – ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ

୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଜଳ ସଂପଦ ବିଭାଗରେ ନବ ନିଯୁକ୍ତ ୩୬ ଜଣ ଭୂତତ୍ତ୍ୱବିତ୍‌ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଜୟଦେବ ଭବନସ୍ଥିତ ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇ ନବ ନିଯୁକ୍ତ ଭୂତତ୍ତ୍ୱବିତ୍‌(ଜିଓଲୋଜିଷ୍ଟ) ମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏଥି ସହ ମନ୍ତ୍ରୀ  ଭୂତଳ ଜଳର ଉପଯୋଗିତା ଓ ଏହାର ଉପଲବ୍‌ଧତା ନେଇ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ନ୍ୟାସନାଲ ହାଇଡ୍ରୋଲୋଜି ପ୍ରକଳ୍ପ ଅଧିନରେ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ବିକଶିତ ମୋବାଇଲ ଆପ୍ଲିକେସନ “ଗେସ୍‌” (ଗ୍ରାଉଣ୍ଡ ୱାଟର ୟୂଟିଲିଟି ଆଣ୍ଡ ଏକ୍ସଟ୍ରାସନ ଷ୍ଟ୍ରକ୍‌ଚର ସର୍ଭେ) ର ଶୁଭ ଉନ୍ମୋଚନ କରିଥିଲେ ।  ତତ୍‌ ସହିତ ମନ୍ତ୍ରୀ ଶ୍ରୀମତୀ ସାହୁ ଛାତ ଉପରେ ବର୍ଷା ଜଳ ଅମଳ ବ୍ୟବସ୍ଥା ଓ ଭୂତଳ ଜଳ ପୁନଃ ଭରଣ ପାଇଁ ଉଦ୍ଦିଷ୍ଟ “ଛାତ” ଯୋଜନାରେ ଜନସାଧାରଣ କିପରି ସୁଯୋଗ ନେଇ ପାରିବେ, ଏହି ପରିପ୍ରେକ୍ଷୀରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଓ ପ୍ରଚାର ପତ୍ରର ଶୁଭ ଉନ୍ମୋଚନ କରିବା ସହ ଏହି ଯୋଜନା ସଂପର୍କରେ ବ୍ୟାପକ ସଚେତନତା  ଉଦ୍ଦେଶ୍ୟରେ ଏକ ପ୍ରଚାର ଗାଡିକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ ।ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ଜୀବନ ପାଇଁ ଜଳ ଅପରିହାର୍ଯ୍ୟ । ସାଧାରଣ ଜୀବନଯାପନରେ ପିଇବା ପାଣିଠାରୁ ଆରମ୍ଭ କରି କୃଷି, ଶିଳ୍ପ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜଳର ଆବଶ୍ୟକତା ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜଳସଂପଦର ସୁରକ୍ଷା, ଜଳସେଚନର ବିକାଶ ଓ  କୃଷିର ଉନ୍ନତି ପାଇଁ ରାଜ୍ୟ ବଜେଟରେ ଅଧିକ ଆର୍ଥିକ  ବ୍ୟବସ୍ଥା କରିଛନ୍ତି । ଆମେ ବୃହତ୍‌, ମଧ୍ୟମ ଓ  କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଓ ଉଠା ଜଳସେଚନ, ଚେକ୍‌ ଡ୍ୟାମ୍‌ ଆଦି ବ୍ୟବସ୍ଥା ମାଧ୍ୟମରେ ଜଳର ଉପାଦେୟତା  ନେଇ ନିରନ୍ତର କାର୍ଯ୍ୟ ଜାରି ରଖିଛୁ । କିନ୍ତୁ ଅସ୍ୱାଭାବିକ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଦୃଷ୍ଟିରୁ ଆମକୁ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡୁଛି ।ନବ ନିଯୁକ୍ତ ଭୂତତ୍ତ୍ୱବିତ୍‌ମାନେ ବିଶେଷ କରି  ଆମର ଯେଉସବୁ ବ୍ଲକରେ ଭୂତଳଜଳ ସ୍ତର କମିବାର ସୂଚନା ରହିଛି, ସେହି ସବୁ ଅଂଚଳରେ ଭୂତଳ ଜଳସ୍ତର ସ୍ଥିତି ଅନୁଧ୍ୟାନ କରି ଜନସାଧାରଣଙ୍କୁ  ଭୂତଳ ଜଳର ଉପଲବ୍‌ଧି ନେଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ପରାମର୍ଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ “୫-ଟି” ଉପକ୍ରମ ଆଧାରରେ ବିଭାଗରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରାଯାଇ ଅନେକ କ୍ଷେତ୍ରରେ କାର୍ଯ୍ୟ ତ୍ୱରାନିତ କରାଯାଇଥିବା ବେଳେ ନବ ନିଯୁକ୍ତ ଭୂତତ୍ତ୍ୱବିତ୍‌ମାନେ ଏଥିରେ ସାମିଲ ହୋଇ ବିଭାଗର ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ଆଶା ପ୍ରକାଶ କରିଥିଲେ । ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗ ଦେଇ କହିଥିଲେ ଯେ, ଭୂତଳ ଜଳ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭୂତଳ ଜଳର ନିଷ୍କାସନ ହାର ଜାତୀୟ ସ୍ତରରେ ୬୧ ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟରେ  ଏହା ୪୩ ପ୍ରତିଶତ ରହିଛି । ଏଣୁ ଭୂତଳ ଜଳ ନିଷ୍କାସନ  କ୍ଷେତ୍ରରେ ରହୁଥିବା ଚାପ ଆମ ରାଜ୍ୟରେ କମ ରହିଛି । କିନ୍ତୁ ଆମେ ଏଥିରେ ସନ୍ତୁଷ୍ଟ ନ ହୋଇ ଭୂତଳ ଜଳ ଭରଣର ମାତ୍ରାକୁ ବଢ଼ାଇବାକୁ ପଡିବ । ଛାତ ଉପର ବର୍ଷା ଜଳ  ଅମଳ ବ୍ୟବସ୍ଥା (ଛାତ) ଯୋଜନାର ସୁଯୋଗ ନେବା, ଭୂତଳ ଜଳ ଭରଣ ବ୍ୟବସ୍ଥା ‘ଅରୁଆ’ (ଆର୍ଟିଫିସିଆଲ ରିଚାର୍ଜ ଟୁ ଅଣ୍ଡରଗ୍ରାଉଣ୍ଡ ଆକ୍ୱାଫର) କୁ ଆପଣେଇବା ପାଇଁ  ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯାଉଥିବା ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ । ରାଜ୍ୟରେ ୭ଟି ବ୍ଲକର ଭୂତଳ ଜଳସ୍ତର ଅର୍ଦ୍ଧ ଗମ୍ଭୀରଭିତରେ ଅଛି । କିନ୍ତୁ କୌଣସି ବ୍ଲକରେ ଭୂତଳ ଜଳ ସ୍ତର ଅତ୍ୟଧିକ ନିଷ୍କାସିତ ହେଉ ନାହିଁ । ଯେଉଁ ଭୂତତ୍ତ୍ୱବିତ୍‌ମାନେ ବିଭାଗରେ ନୂତନ ଭାବେ ଯୋଗଦାନ କରିଛନ୍ତି, ସେମାନେ ସାଧୁତା ଓ ଦକ୍ଷତାର ସହ  କାର୍ଯ୍ୟ କରିବା ସହ  ଭୂତଳ ଜଳ ସ୍ତରର ସ୍ଥିତି ଆକଳନ ଓ ଏହାର ସଠିକ୍‌ ଉପଯୋଗିତାରେ ସହାୟତା କରିବାକୁ  ଶ୍ରୀମତୀ ଗର୍ଗ  ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟର କାର୍ଯ୍ୟାବଳୀ ଓ ସଫଳତାକୁ ଆଧାର କରି ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ।କାର୍ଯ୍ୟକ୍ରମରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ବିଭାଗର ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ମୁଖ୍ୟ ଯନ୍ତ୍ରୀ ଭୂତଳ ଜଳ ଉନ୍ନୟନ, ଓଡ଼ିଶା ଇଂ.କୃଷ୍ଣଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସର୍ବୋଚ୍ଚ ଯନ୍ତ୍ରୀ, ଯୋଜନା ଓ  ନକ୍ସାଙ୍କନ ଡ଼ଃ ଚନ୍ଦ୍ରଶେଖର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version