ତେବେ ଗଜପତି ଜିଲ୍ଲାର ଶବର ସମାଜ କଲ୍ୟାଣ ସମିତି ଉପଦେଷ୍ଠା ସମ୍ମିଳନୀ ଶିବିରରେ ୪୦୭ ଗୋଟି ଶବର ସମାଜର ୪୦୭ ଜଣ କର୍ମକର୍ତ୍ତା ଉପସ୍ଥିତ ହୋଇଥିଲେ । ଏହି ଶିବିରରେ ମୃତ୍ୟୁ ସଂସ୍କାର, ଜନ୍ମ ସଂସ୍କାର, ବିବାହ ସଂସ୍କାର ଏବଂ ସମସ୍ତ ପ୍ରକାର ପୂଜା ସଂସ୍କାର ଉପରେ ଆଲୋଚନା ଓ ପ୍ରଶିକ୍ଷଣ ନେଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ପ୍ରାନ୍ତ ପ୍ରଚାରକ ସମସ୍ତଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ଏହି କର୍ମକର୍ତ୍ତା ମାନେ ୪୦୭ ଗୋଟି ଶବର ସମାଜରେ ପ୍ରତି ରବିବାର ଦିନରେ ତତସଙ୍ଗକୁ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଶିକ୍ଷାଦାନ କରି ଶବର ସମାଜର ସାଂସ୍କୃତିକ ପରମ୍ପରା ବଜାଇ ରଖିବାକୁ ଏବଂ ଏକ ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହେବବୋଲି ପ୍ରଶିକ୍ଷଣ ରେ ଯୋଗଦେଇଥିବା କର୍ମକର୍ତ୍ତା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶବର ସମାଜର ସଭାପତି ତ୍ରୀନାଥ ଶବର, ସମ୍ପାଦକ କୃଷ୍ଣଚନ୍ଦ୍ର ଗମାଙ୍ଗ ,ଉପଦେଷ୍ଠା ସୁନ୍ଦର ଗମାଙ୍ଗ ,ସହ- ଉପଦେଷ୍ଠା କୃପାସିନ୍ଧୁ ଶବର ଓ ଦଣ୍ଡପାଣି ବଡ଼ମୁଣ୍ଡି ପ୍ରମୁଖ ଶିକ୍ଷା ଦାନ କରିଥିବା ବେଳେ ଘାଇବାଲି ମଣ୍ଡଳୀ ସମ୍ପାଦକ କୁଣ୍ଡରା ରଇତ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ ।

© 2023 Odisha Taza News.