୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ରାଜ୍ୟରେ ସହରାଞ୍ଚଳ ମାନଙ୍କରେ ୫ଜି ମୋବାଇଲ ସେବା ଚାଲୁ ରହିଥିବା ବେଳେ ଗ୍ରାମାଞ୍ଚଳରେ ମିଳୁନି ମୋବାଇଲ ସେବା। ଗାଁ ଗହଳିରେ ମୋବାଇଲ ଟାୱାର ହେଵ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲା ବେଳେ ଗ୍ରାମ ଅଞ୍ଚଳ ବାସୀଙ୍କୁ ଉପହାସ କରିଲା ଭଳି ହେଉଛି । ଆଜିକାଲି ପାଠପଢ଼ା ଠାରୁ ଅଙ୍ଗୱାଡ଼ି, ସ୍କୁଲ, କଲେଜରର ଡାଟା, ବ୍ୟାଙ୍କ ସେବା, ସରକାରୀ ଏବଂ ବେସରକାରୀ ଅଫିସ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଇଣ୍ଟରନେଟ୍ ଉପରେ ଏବଂ ଜରୁରୀ କାଳୀନ ସେବା ପାଇବା ପାଇଁ ମୋବାଇଲ ସେବାର ଆବଶ୍ୟକ ହେଉଥିବା ବେଳେ ଏପରିକି କିଛି ଅଞ୍ଚଳ ଅଛି ଯେଉଁ ଠାରେ ନେଟୱର୍କ ସମସ୍ତଙ୍କୁ ଯେପରି ଉପେକ୍ଷା କରିଛି ।
ଅନେକ ଅଞ୍ଚଳ ରହିଛି ଯେଉଁଠି କି ମୋବାଇଲ ସେବା ସମ୍ପୂର୍ଣ୍ଣ ଅପହଞ୍ଚ। ଯୋଦ୍ୱାରା ଛାତ୍ରଛାତ୍ରୀ, ଅଙ୍ଗୱାଡ଼ି କର୍ମୀ, ଶିକ୍ଷକ ଓ ସାଧାରଣ ଜନତା ଜରୁରୀ ଆବଶ୍ୟକ କାର୍ଯ୍ୟରେ ଜୀବନକୁ ବାଜି ଲଗାଇ ପାହାଡ଼ ଚଡ଼ି ଲୋକେ ନେଟୱର୍କ ଏବଂ ଇଣ୍ଟରନେଟ୍ ଆସୁଥିବା ସ୍ଥାନରେ ସମ୍ପାଦନ କରୁଛନ୍ତି। ସେହିପରି ଅଙ୍ଗୱାଡ଼ି କେନ୍ଦ୍ର, ବିଦ୍ୟାଳୟର ଦୈନିକ ରିପୋର୍ଟ ପଠାଇବା ପାଇଁ ମହିଳା କର୍ମୀ,ଶିକ୍ଷକ ମାନେ କିମି କିମି ଦୂର ପାହାଡ଼ ଉପରକୁ ଚଡୁଛନ୍ତି। ସେମାନଙ୍କୁ ନେଟୱର୍କ ଏବଂ ଇଣ୍ଟରନେଟ୍ ସେବା ପାଇଁ ପାହାଡ଼ ହିଁ ଭରସା ହୋଇଛି।
ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ନୂଆଗଡ଼ ଓ ଆର,ଉଦୟଗିରି ବ୍ଲକର ଗ୍ରାମାଞ୍ଚଳରେ ମିଳୁନି ମୋବାଇଲ ସେବା। ଅନଲାଇନ୍ ସେବା ପାଇଁ ଜୀବନକୁ ବାଜି ଲଗାଇ ପାହାଡ଼ ଚଡୁଛନ୍ତି ଲୋକେ। ନୁଆଗଡ ବ୍ଲକରେ ୧୯ପଞ୍ଚାୟତ ରହିଛି। ସେଥି ମଧ୍ୟରୁ ୪/୫ଟି ପଞ୍ଚାୟତକୁ ଛାଡ଼ିଦେଲେ ବ୍ଲକର ଦୁର୍ଗମ ନଦୀମୁଠା ଅଞ୍ଚଳର ପରିମଳ,ସୁନ୍ଦରଡାଙ୍ଗ, କିରାମା, ଅନୁଗୁର, ସମ୍ବଲପୁର, ଉଦୟପୁର ୬ଟି ପଞ୍ଚାୟତ ସମେତ ଅନ୍ୟ ପଟରେ ପୁଟୁରୁପଡ଼ା, ବେତାରସିଂ, ଟାଙ୍ଗିଲି, ଆତରସିଂ ୪ଟି ପଞ୍ଚାୟତ ଏବଂ ସ୍ଥାନୀୟ ବ୍ଲକ କୁ ଲାଗିଲି ରହିଛି କେରେଡାଙ୍ଗ,ପି.ଅନ୍ତରଡା, ଲୁହାଙ୍ଗର ୩ଟି ପଞ୍ଚାୟତରେ ପହଞ୍ଚି ପାରିନି ମୋବାଇଲ ସେବା। ସେହି ପରି ଆର,ଉଦୟଗିରି ବ୍ଲକର ୧୭ଟି ପଞ୍ଚାୟତରୁ ଡାବରଗୁଡା, ରଣ୍ଡିବା, ସିଆଳିଲଟି, ପୁରୁଣାପାଣି, ଅନଗାଁ, ତବାରସିଂ, ବସ୍ତିଗୁଡା ଓ ଛେଳାଗଡ ପଞ୍ଚାୟତରେ ମୋବାଇଲ ସେବା ନାହିଁ ।
ଯୋଦ୍ୱାରା ମୋବାଇଲ୍ ସେବା ପାଇଁ କେଉଁଠି ପାହାଡ଼ ଚଡ଼ିବାକୁ ପଡୁଛି ତ କେଉଁଠି ୩ରୁ ୧୦କିମି ଯିବାକୁ ପଡୁଛି। ଏହି ପଞ୍ଚାୟତର ଗ୍ରାମାଞ୍ଚଳ ଲୋକେ ଜରୁରୀ କାଳୀନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅଙ୍ଗୱାଡ଼ି କେନ୍ଦ୍ରର ଓ ବିଦ୍ୟାଳୟର ରିପୋର୍ଟ ପଠାଇବା ପାଇଁ ଏବଂ ଜରୁରୀ ସେବା ପାଇବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ମହିଳା କର୍ମୀ,ଶିକ୍ଷକ ମାନେ ଜୀବନକୁ ବାଜି ଲଗାଇ ଟିଫିନରେ ଖାଇବା ଧରି ପାହାଡ଼ ଉପରକୁ ଚଡ଼ିବାକୁ ପଡୁଛି। ସରକାର ସିନା ଅଙ୍ଗୱାଡ଼ି କର୍ମୀ ମାନଙ୍କୁ ମାଗଣାରେ ମୋବାଇଲ ଯୋଗାଦେଲେ ହେଲେ ଗ୍ରାମ ମାନଙ୍କରେ ଅଙ୍ଗୱାଡ଼ି କର୍ମୀମାନେ ପାହାଡ଼ ଚଡ଼ୀ ଅନଲାଇନ୍ କାମ କରୁଥିବା ଦେଖିବାକୁ ମିଳୁଛି। ଏ ନେଇ ଜନପ୍ରତିନିଧି ଓ ଅଞ୍ଚଳ ବାସି ବହୁ ବାର ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଓ ନେତା ମନ୍ତ୍ରୀ ଙ୍କୁ ଗୁହାରି କରି ଥକି ଗଲେଣି ହେଲେ। ଗ୍ରାମାଞ୍ଚଳରେ ଟାୱାର ହୋଇପାରିନାହିଁ।
ସରକାର ଏହାର ଉଚିତ୍ ପଦକ୍ଷେପ ନେଇ ଟାୱାର ନିର୍ମାଣ କରିବାକୁ ଦାବି ଯୋର ଧରିଛି।ମୋହନା ନିର୍ବାଚନ ମଣ୍ଡଳ ଦୀଘ୍ର ବର୍ଷ ଧରି ଏହି ସମସ୍ୟା ଥିବା ସତେ ଏହି ନିର୍ବାଚନ ମଣ୍ଡଳର ବିରୋଧି ବିଧାୟକ ଥିବାସତେ ସେହି ଏହି ବିଷୟ ନେଇ ଦିନଟି ପାଇଁ ବିଧାନସଭା କିମ୍ବା ସାଂସଦ ସଭାରେ ନ ଉଠାଇବା ବିଷୟ ଆଶ୍ଚର୍ଯ୍ୟ । ଏହି ବିଷୟ ନେଇ ବାରମ୍ବାର ବିଭିନ୍ନ ଗଣମାଧମରେ ପ୍ରକାଶ ପରେ କିଛି ମାସ ତଳେ ବିଜେଡି ନେତା ଓ କର୍ମଚାରୀମାନେ ଏହି ଦୁଇ ବ୍ଳକର କିଛି ଗ୍ରାମରେ ନେଟ୍ଓ୍ବାର୍କ ପାଇଁ ଭୂମି ପୂଜା କରିଥିଲେ । ଭୂମିପୂଜା ଦିଘ୍ରମାସ ନେଟ୍ଓ୍ବାର୍କ କାମ ଆରମ୍ଭ ହେଲା ନିହିଁ । ଯେଉଁ ଯେଉଁ ଗ୍ରାମରେ ନେଟ୍ଓ୍ବାର୍କ ପାଇଁ ଭୂମି ପୂଜା କରାଯାଇଥିଲା ସେଠାକର ଲୋକେ କହାକୁହି ହେଉଛନ୍ତି ଯେ ଆଗକୁ ୨୦୨୪ ନିର୍ବାଚନ ଥିବାରୁ ବିଜେଡି ନେତା ଓ କର୍ମମାନେ ଆମକୁ ଭୂଆ ବୁଲାଉଥିଲେ କି ?

© 2023 Odisha Taza News.