No Result
View All Result
୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ବ୍ଳକର ସଇଲଙ୍ଗ ଗ୍ରାମର ଜଗତ ବଦ୍ଧନଙ୍କ ଝିଅ ସୁସଜିତାର ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରିବା ବେଳେ ପ୍ରାଣ ହରାଇଥିଲେ । ଗଜପତି ପ୍ରଶାସନ ଓ ଜନପ୍ରତିନିଧିଙ୍କ ହସ୍ତକ୍ଷେପରେ କମ୍ପାନୀର ସହାୟତାରେ ମୃତଦେହ ଗାଁରେ ପହଞ୍ଚିଥିଲା । ରାମଗିରି ଠାରେ ଏକ ଭଡାଘରେ ରହୁଥିବା ସେହି ପରିବାର ନିକଟକୁ ପ୍ରଶାସନ ଓ ଜନପ୍ରତିନିଧିମାନେ ଆସି ପଚାଶ ହଜାର ଟଙ୍କାର ଆଥିକସହାୟତା ପ୍ରଦାନ କରିଛନ୍ତି ।
ମାଇନେରିଟ୍ ସେଲ୍ ରାଜ୍ୟ ଉପଦେଷ୍ଟା ପୃଥିବୀରାଜ ସାହୁ, ଆର,ଉଦୟଗିରି ବିଡିଓ ଲରିମନ ଖର୍ସେଲ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ଓ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ରାମଗିରି ମଣ୍ଡଳର ପାଳକ ଆଖି ପାଲ୍ୟ ସଂମ୍ପାଦକ ଆଭାଷ ସ୍ବାଲସିଂ , ଯୁବ ସମିତି ସଭାପତି ଦାନିଏଲ କରାଡ ଓ ପୂର୍ବତନ ସମିତିସଭ୍ୟ ଗୋପବନ୍ଧୁ ପଟ୍ଟନାୟକ, ଯୁଧିଷ୍ଠିର ବଡମୁଣ୍ଡି ଉପସ୍ଥିତିରେ ମୃତକଙ୍କ ପରିବାର ସହାୟତା ପ୍ରଦାନ କହିଥିଲେ ।
No Result
View All Result