No Result
View All Result
୨୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସର୍କିଟ ହାଉସ୍ ଠାରେ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଂଖ୍ୟାଲଘୁ ସେଲ ର ଉପଦେଷ୍ଟା ଙ୍କୁ ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ନେତା ତଥା ବରିଷ୍ଠ ବ୍ୟକ୍ତି ସମ୍ବର୍ଦ୍ଧନା ଜଣାଇଛନ୍ତି । ଉକ୍ତ ସମ୍ଭର୍ଦ୍ଧନା କାର୍ଯ୍ୟ କ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ରାଜ୍ୟସଂଖ୍ୟାଲଘୁ ସେଲର ଉପଦେଷ୍ଟା ମାନ୍ୟବର ପ୍ରୁଥିବିରାଜ୍ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ପ୍ରଦୀପ ନାୟକ, ବସନ୍ତ ଦାସ, ଲିଙ୍ଗରାଜ ବାବୁ,ମହିଳା ସଭାପତି ପୁର୍ନବାଶି ନାୟକ, ପୁର୍ବତନ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ମାଇନେରିଟ୍ ସେଲ୍ ର ସମ୍ପାଦକ ପଲ୍ଲବ ଲ୍ଲିମା,ସମସ୍ତ ଜିଲ୍ଲା ପରିଷଦ, ସମସ୍ତ ବ୍ଲକ୍ ଚେୟାରମ୍ୟାନ, ଏନ୍,ଏ,ସି ଚେୟାରମ୍ୟାନ ,ସମସ୍ତ କାଉନସିଲର,ତଥା ବିଜୁ ପରିବାର ର ବହୁ ବରିଷ୍ଠ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
ଉକ୍ତ କାର୍ଯ୍ୟ କ୍ରମରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତ କାରି କାର୍ଯ୍ୟ ଗୁଡ଼ିକ ସଫଳ ଭାବେ ରୂପାୟନ ହୋଉଛିନା ନାହିଁ ତା ଉପରେ ଆଲୋକପାତ କରିଥିଲେ ।ତତ୍ ସହିତ ଆଗମି ଦିନରେ କିଭଳି ତୃଣମୁଳ ସ୍ତରରେ ଦଳକୁ ସୁଦ୍ରୁଢ଼ କରି ହେବ ତା ଉପରେ ସମସ୍ତ ବୁଦ୍ଧିଜୀବୀ ମାନେ ନିଜ ନିଜ ମତ ବ୍ୟକ୍ତ ରଖିଛନ୍ତି । ଶେଷରେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ମାନ୍ୟବର ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଗଜପତି ଜିଲ୍ଲାର ପର୍ଯ୍ୟବେଖକ ଦାୟିତ୍ୱ ଦେଇଥିବା ରୂ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।
No Result
View All Result