ଯାତ୍ରା ପରିଚାଳନା କମିଟିର ଚେୟାରମ୍ୟାନ ଶିଶିର କୁମାର ରାଉତରାୟ, ଗ୍ରାମ୍ୟ ଉନ୍ନୟନ କମିଟିର କାର୍ଯ୍ୟକାରୀ ସଭାପତି ତୈଲୋକ ପ୍ରଧାନ, ଗ୍ରାମ୍ୟ କମିଟିର ସଂପାଦକ ବିଜୟ କୁମାର ରାଉତରାୟ, ଉପଦେଷ୍ଟା କେଦାର ନାଥ ସିଂ, ପ୍ରଶନ କୁମାର ସାହୁ ଯୋଗଦେଇ କହିଲେ ଯେ, ଭଲ ଚିନ୍ତାଧାରା ମନନେଇ ଯେଉଁ କାର୍ଯ୍ୟ କରାଯାଏ ତାହା ସଫଳ ହୋଇଥାଏ । ଗ୍ରାମର ସମସ୍ତ ଯୁବକ ଏବଂ ଗ୍ରାମବାସୀ ଯାତ୍ରାକୁ ଅଧିକ ସରଷ ସୁନ୍ଦର କରିବା ପାଇଁ, ସମସ୍ତଙ୍କ ସହଯୋଗ ନେଇ କାର୍ଯ୍ୟ କରିବାକୁ ପୋଲିସ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯେଉଁ ସୁବିଧା ସୁଯୋଗ ରହିଛି ତାହା କରାଯିବ ବୋଲି ଆଇଆଇସି ରଶ୍ମୀରଞନ ମହାପାତ୍ର କହିଥିଲେ । ପରିମଳ,ପାନୀୟ ଜଳ, ସଫେଇ, ଆଲୋକ, ଅସ୍ଥାୟୀ ପାଇଖାନା ଆଦି କାର୍ଯ୍ୟ ସିଏମସି ପକ୍ଷରୁ କରାଯିବ ବୋଲି କର୍ପୋରେଟର ଜନାର୍ଦ୍ଦନ ପରିଡ଼ା କହିଥିଲେ । ଏହି ପ୍ରସ୍ତୁତି ବୈଠକରେ ନୂଆଗଡ଼ ଗ୍ରାମର ବିଭିନ୍ନ ସାହିର ଯୁବକ, ମୁରବୀ ,ଯାତ୍ରା ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଚଳିତ ବର୍ଷ ଯାତ୍ରା ମହୋତ୍ସବ କୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଶପଥ ନେଇଥିଲେ ।
© 2023 Odisha Taza News.