ଏହି ସ୍କାଉଟ୍ସ ଏବଂ ଗାଇଡ୍ସ ମାନେ କ୍ୟାମ୍ପ ଫାୟାର ଗ୍ରୁପ ଡାନ୍ସରେ ପ୍ରଥମ ସ୍ଥାନ, ଗ୍ରୁପ ଡ୍ରାମା ରେ ତୃତୀୟ ସ୍ଥାନ, ରାମ୍ପ ଶୋରେ ଗୋଟିଏ ସ୍ବର୍ଣ୍ଣ ପଦକ ଏବଂ ଗୋଟିଏ ରୌପ୍ୟ ପଦକ, ରଙ୍ଗୋଲିରେ ମଧ୍ୟ ଗୋଟିଏ ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲାର ଗୌରବକୁ ବହୁଗୁଣିତ କରାଇଛନ୍ତି l ଉକ୍ତ କ୍ୟାମ୍ପରେ କିଶୋର ଚନ୍ଦ୍ର ଦାସ, ମାତଗ୍ନି ଗୁରୁ, ପ୍ରହଲ୍ଲାଦ ଶିଅଳ, ନୀଳାଞ୍ଚଳ ନାୟକ ଆଦି ସ୍କାଉଟ୍ସ ମାଷ୍ଟର ଏବଂ ଗାଇଡ୍ସ କ୍ୟାପଟେନ ଭାବରେ ସମସ୍ତ ଦାୟିତ୍ୱ ସୁଚାରୁରୂପେ ବହନ କରିଛନ୍ତି l
ଏଥିରେ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟର ଧରିତ୍ରୀ ନାୟକ, ପ୍ରିୟଙ୍କା ମଣ୍ଡଳ, ଜୟନ୍ତୀ ଗମାଙ୍ଗ, ସୁମିତ୍ରା ବଡରଇତ, ପୂଣ୍ୟବତୀ ରଇତ, ଶିବାନୀ ରାଇକା, ସାନୁ ନାୟକ, କୃଷ୍ଣଚନ୍ଦ୍ର ଦଳାଇ, ସଂଯୁକ୍ତା ରଇତ, ସସ୍ମିତା ଶବର, ଜ୍ୟୋତି ମଣ୍ଡଳ, ପାପାଲି କମାର ଆଦି ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ବିଦ୍ୟାଳୟର ସୁନାମକୁ ଆହୁରି ଉଚ୍ଚସ୍ତରକୁ ନେବା ସହ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏହି କୃତିତ୍ୱ ପାଇଁ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି l
© 2023 Odisha Taza News.