ସମ୍ମିଳନୀର ୮ଜଣ ପାଳକ,୮୦ ଖଣ୍ଡ ଗ୍ରାମର ଚାଳକା,ଚାଳକାଣି, ସମ୍ପାଦକ, କୋଷାଧ୍ୟକ୍ଷ ତଥା ଏରିଆ ର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଇଷ୍ଟ ଇଣ୍ଡିଆ ସମ୍ମୀଳନୀ ର ସମ୍ପାଦକ ବିଭିନ୍ନ ମୌଳିକ ଅସୁବିଧା ସମ୍ପର୍କରେ ଜିଲ୍ଲା ବିଜେଡ଼ି ସଭାପତି ଙ୍କୁ ଅବଗତ କରାଇଛନ୍ତି । ଯଥା:- ଇଲେକ୍ଟ୍ରିକାଲ୍,ପାନୀୟ ଜଳର ଅଭାବ, ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ସମ୍ମିଳନୀ କକ୍ଷ,ଏହା ଉପରେ ଦ୍ରୃଷ୍ଟି ଦେବାକୁ ଅନୁରୋଧ କରିବା ସହ ସମ୍ମିଳନୀ ତରଫରୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।
ଜିଲ୍ଲା ସଭାପତି ମଧ୍ୟ ତାଙ୍କ ଅଭିଭାଷଣ କହିଛନ୍ତି ଯେ ଦୀର୍ଘ ୧୮ ବର୍ଷ ଠାରୁ ମୁଁ ଆପଣ ମାନଙ୍କ ସହ ସମାଜ ସେବୀ ଭାବେ କାର୍ଯ୍ୟ କରିଆସୁଛି। ସମାଜ ର ବିକାଶ ହିଁ ମୋର ମୁଳ ଲଖ୍ୟ ।ଏହା ଉପରେ ମୋର ଉପସ୍ଥିତ ଅଧିକାରିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ନିମନ୍ତେ ଚେଷ୍ଟା କରିବେ ବୋଲି ପ୍ରତିସୁତି ଦେଇଛନ୍ତି । 
© 2023 Odisha Taza News.