ଓଡିଶା ତାଜା ନ୍ୟୁଜ୍ ( ୧୭ ଜୁନ୍ ବୁଧବାର) ଭୁବନେଶ୍ୱର :- ମହାଲକ୍ଷ୍ମୀ ଗାଧୁଆବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧା ମାତାଙ୍କ ଶୁଦ୍ଧ ସ୍ନାନ । ଏହାକୁ ଧରାସ୍ନାନ ମଧ୍ୟ କୁହାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାଆନ୍ତି । ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ ।
ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରନ୍ତି । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସରୁ ବାହାରି ଆଧ୍ୟାତ୍ମିକତା, ପୂଜାପାଠ କରାଯାଏ ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ଏହି ଦିନଟିକୁ ମହାଲକ୍ଷ୍ମୀ ସ୍ନାନ ମଧ୍ୟ କୁହାଯାଏ।