ବାଲ୍ୟ ବିବାହ ଓ ଶିଶୁ ଅପରାଧ ରୋକିବା ପାଇଁ ଗଡିଲା ଭ୍ରାମ୍ୟମାଣ ସଚେତନ ରଥ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ରବିବାର ଆନ୍ତର୍ଜାତିୟ ସଂସ୍ଥା କ୍ରାୟ ସହାୟତା ରେ ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପର୍ଲି ଆଲୋକ ପାଠାଗାର ତରଫରୁ ପାଟଣାଗଡ଼ ବ୍ଳକ ଅଧିନସ୍ଥ ଡାଙ୍ଗବାହାଲ ପଞ୍ଚାୟତ ର ଡାଙ୍ଗବାହାଲ ସମେତ ଦମକିପାଲି ,ଗଭରା ,ପଣ୍ଡରିପାଣି, ସାରଥୀ ମୁଣ୍ଡା, ଛୁଆଲିଉଦର ଆଦି ଗ୍ରାମରେ ବାଲ୍ୟ ବିବାହ ଶିଶୁ ଅପରାଧ ରୋକିବା ପାଇଁ ଭ୍ରାମ୍ୟମାଣ ସଚେତନ ରଥ ଆରମ୍ଭ ହୋଇଯାଇଛି । ଏଥିସହ ଶୋଭାଯାତ୍ରା, ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଗାଁ ମାନଙ୍କରେ ସଚେତନ ରଥ ପରିକ୍ରମା କରାଯାଇଥିଲା । ଏହାର ଉଦଘାଟନୀ ଶୋଭାଯାତ୍ରା ଡାଙ୍ଗବାହାଲ ପଞ୍ଚାୟତ ରୁ ଆରମ୍ଭ ହୋଇଥିଲା । ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ରିଙ୍କି ନନ୍ଦ, ଆଶାକର୍ମୀ ନୀଳିମା ସାହୁ,ବନୀତା କୁମ୍ଭାର ଯୋଗଦେଇଥିଲେ । ଅତିଥି ମାନେ ବାଲ୍ୟ ବିବାହ ର ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିବା ବେଳେ ବାଲ୍ୟ ବିବାହଏକ ଆଇନ ଗତ ଅପରାଧ , ହୋଇଥିବା ସହ ଏହା ଦ୍ଵାରା ନାରୀ ମାନେ ତାଙ୍କର ମୌଳିକ ଅଧିକାର ରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କୁ ବାପା ମା ଶିକ୍ଷା ଦିକ୍ଷା ଦେଇ ପୂର୍ଣ୍ଣ ପ୍ରାପ୍ତ ବୟସରେ ବିବାହ କରିବା ,ବାଲ୍ୟ ବିବାହ ବନ୍ଦ କରିବା ପାଇଁ ଆମ ସମସ୍ତଙ୍କ ର କର୍ତ୍ତବ୍ୟ ରହିଛି ବୋଲି ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଧେଶ୍ୟ ବୋଲି କହିଥିବା ବେଳେ ଝିଅ ର ବିବାହ ୧୮ ବର୍ଷ ପୂର୍ବରୁ ପୁଅର ବିବାହ ୨୧ ବର୍ଷ ପୂର୍ବରୁ ବିବାହ କରାଯାଇପାରିବ ନାହିଁ ।ବାଲ୍ୟ ବିବାହ ଅପରାଧ ନେଇ ଦଣ୍ଡ ଓ ଜରିମାନାର ଭାଗିଦାରୀ ନହେବା ପାଇଁ ଏଥିରେ ସଚେତନ କରାଯାଇଛି ।କର୍ମ କ୍ଷେତ୍ରରେ ଯୌନ ଅତ୍ୟାଚାର ,ଲିଙ୍ଗ ନିରୂପଣ ,ଲିଙ୍ଗ ପରିକ୍ଷା , ଲିଙ୍ଗ ଗତ ଭେଦଭାବ,ଦୂର୍ବ୍ୟବହାର , ଘରୋଇ ହିଂସା ଆଦି ଘଟଣା ସମୟରେ ଚୁପ୍ ନ ରହିବା ନେଇ ମଧ୍ୟ ସଚେତନ କରାଯାଇଥିଲା । ସଂସ୍ଥା ର କର୍ମୀ ବିଶ୍ଵାମିତ୍ର ସେଠ ବାଲ୍ୟ ବିବାହ କୁ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଓ ପୁରୁଷ ମାନଙ୍କୁ ସଚେତନ କରାଇଥିଲେ । କାର୍ଯକ୍ରମ ରେ ଅଙ୍ଗନବାଡ଼ି କର୍ମୀ ,ଆଶା କର୍ମୀ ଓ କିଶୋରି ସଂଘ ସହଯୋଗ କରିଥିବା ବେଳେ ଅନୁଷ୍ଠାନ ର ଅନ୍ୟ ମାନେ ଉପସ୍ଥିତ ଥିଲେ । କର୍ମୀ ପ୍ରହ୍ଲାଦ ପ୍ରଧାନ ଏହାର ଆୟୋଜନ କରିଥିଲା ବେଳେ ରାକେଶ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।