No Result
View All Result
୨୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ‘ଲିଭିଙ୍ଗ୍ ଇଟ୍ ଲାର୍ଜ’ ଉତ୍ସାହକୁ ପାଳନ କରି ସିଗ୍ରାମ୍ର ରୟାଲ ଷ୍ଟାଗ୍, ଏକ ପ୍ରଥମ ଧରଣର ସଙ୍ଗୀତମୟ ଅନୁଭୂତି ରୟାଲ୍ ଷ୍ଟାଗ୍ ବୁମ୍ବକ୍ସର ଉପସ୍ଥାପନା କରିଛି । ଏହି ସଙ୍ଗୀତ ଅନୁଭୂତି ଭୁବନେଶ୍ୱର, ଓଡିଶାରେ ମାର୍ଚ୍ଚ ୨୫ ତାରିଖ ୨୦୨୩ରେ ଏହାର ୨ୟ ଶୋ’ର ଆୟୋଜନ କରିଛି । ରୟାଲ ଷ୍ଟାଗ୍ ବୁମ୍ବକ୍ସ ମୂଳ ସଙ୍ଗୀତ ପ୍ରସ୍ତୁତ କରିବା, ଏକ ନୂଆ ସାଉଣ୍ଡସ୍କେପ୍ ସୃଷ୍ଟି କରିବା ପାଇଁ ବଲିଉଡର ମେଲୋଡି ଓ ହିପ୍ହପ୍ର ଗଲି ଭାଇବ୍ ଭଳି ସଙ୍ଗୀତ ଶିଳ୍ପର ଦୁଇଟି ବିପରୀତ ତଥା ଅଲଗା ଦୁନିଆକୁ ଏକତ୍ରିତ କରିଛି । ପ୍ରାୟ ୧୦,୦୦୦ ଲୋକଙ୍କ ଏକ ଉତ୍ସାହିତ ଭିଡ ସହିତ ଭୁବନେଶ୍ୱର ଅନୁଭୂତି ଯୁବସୁଲଭ ଶକ୍ତିର କେନ୍ଦ୍ର ପାଲଟିଥିଲା । କାର୍ଯ୍ୟକ୍ରମର ଭେନ୍ୟୁ (ପ୍ରଦର୍ଶନୀ ପଡିଆ, ଏକାମ୍ର ବିହାର) ଜୀବନ୍ତ ରଙ୍ଗ, ସଂସ୍କୃତିର ବିଭିନ୍ନ ଉପସ୍ଥାପନା, ମର୍ଚ୍ଚାଣ୍ଡାଇଜ୍, ଖାଦ୍ୟ ଓ ଦର୍ଶକଙ୍କ ସହ ଜଡିତ ହେବା ପାଇଁ ଏକ ନିଆରା ଅନୁଭୂତି ସହିତ ସୁନ୍ଦର ଭାବେ ସୁସଜ୍ଜିତ ହୋଇଥିଲା ।
ଇଭେଂଟ୍ ସମୟରେ ମୁଖ୍ୟ ପ୍ରଦର୍ଶନକାରୀଙ୍କ ବ୍ୟତୀତ ଏଠାରେ ଅପରାହ୍ନରେ ସ୍ଥାନୀୟ ବ୍ୟାଣ୍ଡ, ନୃତ୍ୟଶିଳ୍ପୀ, ଫ୍ଲିପର୍ ଓ ବିଟ୍ବକ୍ସରଙ୍କ ଅନ୍ୟାନ୍ୟ ଆକ୍ଟ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ସନ୍ଧ୍ୟା ନିକଟତର ହେବା ସହ ଡିଜେ ଯୋଗୀ ମଂଚ ଉପରକୁ ଆସିଥିଲେ ଏବଂ ନିଜର ମାସ୍ଅପ୍ଗୁଡିକ ସହ ଏହି ସଙ୍ଗୀତ ମହୋତ୍ସବକୁ ଉତ୍ସାହିତ କରିଥିଲେ । ଏହାପରେ ରାପର୍ ଡିନୋ ଜେମ୍ସ ଭିଡ ମଧ୍ୟରେ ହିପ୍-ହପ୍ର ଭାଇବ୍ ବିସ୍ତାର କରିଥିଲେ । ଏହି ସନ୍ଧ୍ୟା ଖୁବ୍ଶୀଘ୍ର ଏକ ଶ୍ରୁତିମଧୁର ମୋଡ ନେଇଥିଲା କାରଣ ଗାୟିକା ଜସ୍ଲିନ୍ ରୟାଲ ମଂଚରେ ପହଂଚିଥିଲେ ଏବଂ ନିଜ ସ୍ୱରର ଯାଦୁ ଦେଖାଇଥିଲେ । ପରେ ବାଦ୍ଶାହଙ୍କ ଅଲ୍ଟିମେଟ୍ ହେଡ୍ଲାଇନିଙ୍ଗ୍ ପ୍ରଦର୍ଶନ ସହିତ ଇଭେଂଟ୍ ଏହାର ଶିଖରରେ ପହଂଚିଥିଲା ।
ଏହି ସହଭାଗିତାରେ ଉତ୍ସାହିତ ରାପର୍ ବାଦ୍ଶାହ କହିଛନ୍ତି, ‘ମୁଁ ରୟାଲ ଷ୍ଟାଗ୍ ବୁମବକ୍ସ ସହ ସହଭାଗିତା କରି ଏବଂ ଭୁବନେଶ୍ୱରରେ ମୋର ଚମତ୍କାର ପ୍ରଶଂସକମାନଙ୍କ ପାଇଁ ପ୍ରଦର୍ଶନ କରିବାର ସୁଯୋଗ ପାଇ ଉତ୍ସାହିତ ରହିଛି । ବର୍ତମାନ ମୋର ସଙ୍ଗୀତ ସହ ଦର୍ଶକଙ୍କୁ ଉତ୍ସାହିତ କରିବା ଏବଂ ଇନ୍ଦୋର ଓ ପୁନେରେ ମଧ୍ୟ ସ୍ମରଣୀୟ ମୁହୂର୍ତ ସୃଷ୍ଟି କରିବା ପାଇଁ ମୁଁ ଅପେକ୍ଷା କରିପାରୁନାହିଁ ।’ ଆର୍ଟିଷ୍ଟ ଡିନୋ ଜେମ୍ସ କହିଛନ୍ତି, ‘ରୟାଲ ଷ୍ଟାଗ୍ ବୁମ୍ବକ୍ସ ପ୍ରସ୍ତୁତ କରିଥିବା ଏହି ସ୍ୱତନ୍ତ୍ର ସଙ୍ଗୀତ ଅନୁଭୂତିର ଏକ ଅଂଶ ହେବା ଚମତ୍କାର ଅଟେ । ମୁଁ ଭୁବନେଶ୍ୱରରେ ଲାଇଭ୍ ଅନ୍-ଗ୍ରାଉଣ୍ଡ ଶୋ’ ସହିତ ଏହି ଅନନ୍ୟ ଯାତ୍ରାକୁ ଆରମ୍ଭ କରିବା ପାଇଁ ଅପେକ୍ଷା କରିଥିଲି ।’
ଗାୟିକା ଜସ୍ଲିନ୍ ରୟାଲ ନିଜର ମତବ୍ୟକ୍ତ କରି କହିଛନ୍ତି, ‘ମୁଁ ରୟାଲ ଷ୍ଟାଗ୍ ବୁମ୍ବକ୍ସ ଏବଂ ହିପ୍ହପ୍ ଓ ବଲିଉଡ୍ ସଙ୍ଗୀତର ଏହି ସ୍ୱତନ୍ତ୍ର ସେଲିବ୍ରେଶନର ଏକ ଅଂଶ ହୋଇଥିବାରୁ ଖୁବ୍ ଉତ୍ସାହିତ ରହିଛି । ଭୁବନେଶ୍ୱର ଓ ଏହାର ଲୋକମାନେ ଚମତ୍କାର ଦର୍ଶକ ଅଟନ୍ତି, ଏଠାରେ ମୋର ପ୍ରଦର୍ଶନ ସମୟରେ ଦର୍ଶକଙ୍କ ଉତ୍ସାହ ମୋତେ ଖୁବ୍ ଭଲ ଲାଗିଥିଲା ।’ ଡିଜେ ଯୋଗୀ କହିଛନ୍ତି, ‘ରୟାଲ ଷ୍ଟାଗ୍ ବୁମ୍ବକ୍ସ ଭଳି ଏକ ସଙ୍ଗୀତ ମହୋତ୍ସବ ହିପ୍-ହପ୍ର ଭାଇବ୍ ଓ ବଲିଉଡ୍ର ସଙ୍ଗୀତଗୁଡିକ ସହିତ ସଙ୍ଗୀତର ଏକ ନୂଆ ଜେନର୍ ସୃଷ୍ଟି କରୁଥିବାର ଦେଖିବା ଖୁବ୍ ଆନନ୍ଦଦାୟକ ଅଟେ । ମୁଁ ଭୁବନେଶ୍ୱର ଓ ଇନ୍ଦୋରରେ ପ୍ରଦର୍ଶନ କରି ଖୁବ୍ ଉତ୍ସାହିତ ରହିଛି ।’
ପର୍ନଡ ରିକାର୍ଡ ଇଣ୍ଡିଆର ସିଏମ୍ଓ କାର୍ତିକ ମହିନ୍ଦ୍ରା କହିଛନ୍ତି, ‘ରୟାଲ ଷ୍ଟାଗ୍ ସବୁବେଳେ ଦେଶର ଯୁବପିଢିଙ୍କ ଆଗ୍ରହ ସହ ଜଡିତ ହେବାକୁ ପ୍ରୟାସ କରିଥାଏ ଏବଂ ରୟାଲ ଷ୍ଟାଗ୍ ବୁମବକ୍ସ ହେଉଛି ଭବିଷ୍ୟତର ଭାରତ ସହିତ ସଂଯୋଜିତ ହେବା ପାଇଁ ଏକ ଉପଯୁକ୍ତ ପ୍ଳାଟଫର୍ମ । ରୟାଲ ଷ୍ଟାଗ୍ ବୁମ୍ବକ୍ସ ହେଉଛି ରୟାଲ ଷ୍ଟାଗ୍ର ‘ଲିଭିଙ୍ଗ୍ ଇଟ୍ ଲାର୍ଜ’ ଦର୍ଶନର ଏକ ପ୍ରତ୍ୟକ୍ଷ ବିସ୍ତାର ଯାହାକି ଏକାଠି ହେବା ଓ ନୂଆ ଅନୁଭୂତିଗୁଡିକୁ ଉପଭୋଗ କରିବାର ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରୁଛି ।’ ୱେଭ୍ମେକର୍ର ସାଉଥ୍ ଏସିଆ-ସିଇଓ ଅଜୟ ଗୁପ୍ତେ କହିଛନ୍ତି, ‘ଏହା ୱେଭ୍ମେକର୍ ଓ ପର୍ନଡ ରିକାର୍ଡ ମଧ୍ୟରେ ସଙ୍ଗୀତ ଓ ମନୋରଞ୍ଜନ କ୍ଷେତ୍ରରେ ଆଉ ଏକ ଅଭିନବ ସହଭାଗିତା ଅଟେ । ଆମେ ନିଶ୍ଚିତ ଯେ, ରୟାଲ ଷ୍ଟାଗ୍ ବୁମ୍ବକ୍ସ ଦେଶର ସଙ୍ଗୀତପ୍ରେମୀଙ୍କୁ ଆକର୍ଷିତ କରିବ ଏବଂ ଏକ ବିଶାଳ ସଫଳତାରେ ପରିଣତ ହେବ ।’

No Result
View All Result