ପ୍ରଥମେ ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର (ଏପିଓ) ଦୀଲିପି କୁମାର ଦାସ ବିଭାଗରେ ହୋଇଥିବା ସମୀକ୍ଷା ବିବରଣୀ ପଠନ କହିଥିଲ ଏଥିରେ ମନରେଗା ଯୋଜନାରେ କିଭଲି ଭାବେ କାର୍ଯ୍ୟକାରିତା ହୋଇଛି, ସଫଳତା, କଣ କଣ କରାଯାଇପାରିବ ସେ ସମ୍ପର୍କରେ ପୁଙ୍ଖାନପଙ୍ଖ ଆଲୋଚନା କରାଯାଇଥିଲା । ବିଭିନ୍ନ ପଞ୍ଚାୟତର ଲାଇନି ବିଭାଗ କର୍ମଚାରୀ ପଞ୍ଚାୟତରେ ଥିବା ଗ୍ରାମରୋଜଗାର ସେବକ (ଜିଆରସିଏ) କିମ୍ବା ଗାଁ ସାଥୀଙ୍କୁ ନ ଜଣାଇ ମନମୁତାବକ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ଏବଂ ମନରେଗା ଯୋଜନାର ବିଭିନ୍ନ ପ୍ରକଳ୍ପର ସାମଗ୍ରୀ ଅର୍ଥ ବିଳମ୍ବରେ ଆସୁଥିବ ନେଇ ଜନପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ମନରେଗା ପ୍ରକଳ୍ପ ସରକାରଙ୍କ ନିୟମ ଅନୁସାରେ କରିବାକୁ ସମସ୍ତ କାର୍ଯ୍ୟକାରୀ ସଂସ୍ଥାକୁ ନିର୍ଦେଶ ଦିଆଯାଇଥିଲା । ଏହା ପରେ ବ୍ଳକ ପ୍ରକଳ୍ପ ସଂଯୋଜକ (ବିପିସି) ସନ୍ତୋଷ କରାଡ ଆବାସ ଯୋଜନା କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ । ଜନ ପ୍ରତିନିଧି ଲୋକଙ୍କ ସମସ୍ୟାକୁ ନେଇ ମଧ୍ୟ କିଛି ଦାବି କହିଥିଲେ । ସେହିପରି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା, କନିଷ୍ଠ ଯନ୍ତୀ, ବିଆରଏସ୍, ଭିଆରପି, ଗାଁସାଥୀ ଓ ଜନସାଧାରଣ ଉପସ୍ଥିତି ଥିଲେ । ଏହି କାର୍ଯ୍ୟକ୍ରମକୁ ଏପିଓ ଶ୍ରୀ ଦାସ ପରିଚାଳନା କରିଥିଲେ ।
© 2023 Odisha Taza News.