No Result
View All Result
୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଓଡ଼ିଶା ଦକ୍ଷତା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ତଥା ବ୍ଳକ ପ୍ରଶାସନ ଙ୍କ ମିଳିତ ଆନ୍ୟୁକୂଲ୍ୟରେ ସ୍ଥାନୀୟ ସୁଭଦ୍ରା ଭବନ ଠାରେ ବ୍ଳକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି , ବିଡ଼ିଓ ସୁମନ୍ତ କୁମ୍ଭାର , ଅତିରିକ୍ତ ଜିଲ୍ଲା ନିଯୋୟନ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିର ରେ ପଞ୍ଚମ ରୁ ଉର୍ଦ୍ଧ୍ବ ଶିକ୍ଷାଗତ ଯୋଗ୍ୟତା ଥିବା ବେରୋଜଗାର ଯୁବକ ଯୁବତୀ ଙ୍କୁ ମାଗଣାରେ ତାଲିମ୍ ଦେଇ ବିଭିନ୍ନ ସଂସ୍ଥା ରେ ସୁଯୋଗ ଅଛି ।ଏତତ୍ ଦ୍ଵାରା ଶିକ୍ଷିତ ଯୁବକ ଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଅତିରିକ୍ତ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଉପାଧ୍ୟାୟ ସୂଚନା ଦେଇଥିଲେ । ଏହି ଶିବିର ରେ ୫୦ ଜଣ ଯୁବକ ଯୁବତୀ ତାଲିମ୍ ପାଇଁ ପଞ୍ଜିକରଣ କରିଥିବା ବେଳେ ସମସ୍ତେ ତାଲିମ ପାଇଁ ମନୋନୀତ ହୋଇଥିଲେ । ଏଥିରେ ୬ ଗୋଟି ତାଲିମ ପ୍ରଦାନ କାରୀ ସଂସ୍ଥା ଯୋଗଦେଇ ଥିଲେ । । ଏହି ଶିବିର କୁ ଦକ୍ଷତା ଓ ବିକାଶ ସଂଯୋଜକ ବିଚିତ୍ର ମୂଦୁଲି ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
No Result
View All Result