No Result
View All Result
ମାନ୍ୟବର ବାଚସ୍ପତି ମହୋଦୟ, ବିରୋଧୀ ଦଳର ସଦସ୍ୟ/ସଦସ୍ୟା ମାନଙ୍କ ଦ୍ୱାରା ଆଗତ “ସ୍କୁଲ ରୂପାନ୍ତରୀକରଣ 5T ନାମରେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ” ଶୀର୍ଷକ ମୂଲତବୀ ପ୍ରସ୍ତାବ ସଂମ୍ୱନ୍ଧରେ
୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମୁଁ ଏହି ପବିତ୍ର ଗୃହର ସମସ୍ତ ସଦସ୍ୟ/ସଦସ୍ୟାଙ୍କ ଅବଗତି ନିମନ୍ତେ ବିନମ୍ରତାର ସହ ଜଣାଉଅଛି କି, ଏୈଶରୀୟ ଶୈଶବର ଆତ୍ମାରେ ଗୁନ୍ଥି ହୋଇଯାଇଥିବା ସୂର୍ଯ୍ୟର ଆଭା, ଫୁଲର ସୁରଭି ଓ ସ୍ନିଗ୍ଧ ଶୀତଳ ଚନ୍ଦ୍ରତାପର ପ୍ରତିଶ୍ରୃତିକୁ ସାଉଁଟି ଆଣି ସମ୍ଭାବନାର ସଡକଟିଏ ପ୍ରସ୍ତୁତ କରିବାପାଇଁ ଆମ ସରକାର କରିଆସିଛି ନିରନ୍ତର ପ୍ରୟାସ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଦିଗ୍ ଦର୍ଶନ ଦ୍ୱାରା ଅନୁପ୍ରାଣିତ ହୋଇ “High School Transformation driven by the 5T Principles” କାର୍ଯ୍ୟକାରୀ ହୋଇଆସୁଅଛି । ୨୦୨୧ ମସିହା ଠାରୁ ସ୍ୱତନ୍ତ୍ର ଭାବେ । ଶିଶୁଟିର ସ୍ପୁଲିଙ୍ଗର ଛିଟାରେ ଆରକ୍ତ ଆଲୋକ ଓ ଅସ୍ମିତାର ତେଜକୁ ଆଧାରକରି ଏହି କାର୍ଯ୍ୟକ୍ରମ ଜରିଆରେ ପରିବର୍ତ୍ତିତ ପରିଦୃଶ୍ୟ ପାଇଁ ସମୟୋପଯୋଗି ପଦକ୍ଷେପ ଗ୍ରହଣ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଅଛି । ମାନ୍ୟବର ସଦସ୍ୟ/ସଦସ୍ୟା ମାନଙ୍କ ଅବଗତି ନିମନ୍ତେ ମୁଁ କିଛି ତଥ୍ୟ ଉପସ୍ଥାପନ କରିବାକୁ ଚାହୁଁଅଛି । UP ବୋର୍ଡ ପରୀକ୍ଷାରେ ଗତ ବର୍ଷ ୭.୮ ଲକ୍ଷ ଛାତ୍ର ଛାତ୍ରୀ ପରିକ୍ଷା ଦେଇନାହାନ୍ତି । ଆସାମରେ ଦଶମ ଶ୍ରେଣୀର ପ୍ରାୟ 14,000 ପରୀକ୍ଷାର୍ଥୀ, ପରୀକ୍ଷା ଦେଇନାହାନ୍ତି ।
2022-23 ପାଇଁ ‘ସମଗ୍ର ଶିକ୍ଷା’ କାର୍ଯ୍ୟକ୍ରମ ଉପରେ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରକଳ୍ପ ଅନୁମୋଦନ ବୋର୍ଡ (PAB) ସମୀକ୍ଷା ବୈଠକ ରୁ ପ୍ରାପ୍ତ ସୂଚନା ଅନୁଯାୟୀ, ମାଧ୍ୟମିକ ସ୍ତରରେ ଗୁଜୁରାଟର ଡ୍ରପଆଉଟ୍ ହାର 23.3 ପ୍ରତିଶତ, ମଧ୍ୟପ୍ରଦେଶ 23.8 ପ୍ରତିଶତ, ତ୍ରିପୁରା 26 ପ୍ରତିଶତ, ବିହାରର 21.4 ପ୍ରତିଶତ, ଝାଡଖଣ୍ଡ 16.6 ପ୍ରତିଶତ, ଏବଂ କର୍ଣ୍ଣାଟକର ଡ୍ରପଆଉଟ୍ ହାର ରେକର୍ଡ କରାଯାଇଛି 16.6 ପ୍ରତିଶତ । ସରକାରୀ ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗ, ଗୁଜୁରାଟ, ବିହାର ଏବଂ ତ୍ରିପୁରା ଆଦି ରାଜ୍ୟରେ ମାଧ୍ୟମିକ ସ୍ତରରେ ବିଦ୍ୟାଳୟର ଡ୍ରପଆଉଟ୍ ହାର ଜାତୀୟ ହାର ଠାରୁ ଅଧିକ । ଅପରପକ୍ଷେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ performance grading index report ରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ସୂଚନାଯୋଗ୍ୟ, ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷା ବର୍ଷରେ ଓଡିଶା ଲେବେଲ୍-୬ ରେ ଏବଂ ୨୦୧୯-୨୦ରେ ଲେବଲ୍-୪ ରେ ଥିବାବେଳେ ୨୦୨୦-୨୧ରେ ଦିଲ୍ଲୀ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ହରିୟାଣା, ପଣ୍ଡିଚେରୀ, ଲାକ୍ଷାଦ୍ଵୀପ, ସହ ଲେଵଲ୍-୩ ରେ ରହିଛି ।
Education World ପକ୍ଷରୁ ଏକ ଶୈଖିକ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ଶିକ୍ଷକ ଛାତ୍ର ଅନୁପାତ, ଆନୁସାଙ୍ଗିକ ଭିତ୍ତିଭୂମି ଆଦିକୁ ବର୍ଗୀ କରଣ କରାଯାଇ ହୋଇଥିବା ସର୍ଭେ ଅନୁସାରେ ଗଞ୍ଜାମର ଓଏଭି, ହାତିଓଟା ସରକାରୀ ସ୍କୁଲ ବର୍ଗରେ ପଞ୍ଚମ ସ୍ଥାନ ହାସଲ କରିପାରିଥିବା ବେଳେ ଆବାସିକ ସରକାରୀ ସ୍କୁଲ ବର୍ଗରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଆଦର୍ଶ ବିଦ୍ୟାଳୟ ଦଶମ ସ୍ଥାନରେ ସ୍ଥାନିତ ହୋଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟସ୍ତରୀୟ ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷାରେ ନିଜର ଉତ୍କର୍ଷତା ପ୍ରତିପାଦନ କରିଛନ୍ତି । ସିବିଏସ୍ଇ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ୯୫.୭୧ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୦୫୨ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖିଛନ୍ତି । “Technological Transformation based on Team work in a transparent manner within a stipulated time period” କୁ ମୂଳ ମନ୍ତ୍ର କରି ଆରମ୍ଭ କରାଯାଇଥିବା 5T HIGH SCHOOL TRANSFORMATION ଅଧୀନରେ ଏଯାବତ୍, ୩ ଟି ପର୍ଯ୍ୟାୟରେ ୬୮୭୨ ଗୋଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରାଯାଇଥିବା ବେଳେ, ଏଥିପାଇଁ ୩୪୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
୪ର୍ଥ ପର୍ଯ୍ୟାୟ ପାଇଁ ମୋଟ ୧,୦୦୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ବିଦ୍ୟାଳୟ ରୁପାନ୍ତରଣ 5T ମନ୍ତ୍ରରେ ମନ୍ତ୍ରୀତ ହୋଇ ଦୁଇଟି ମୂଖ୍ୟ ଧାରା ଉପରେ ସନ୍ନିବେସିତ –Development of Educational Administration and Administration of Educational Development ଅର୍ଥାତ୍ ଶିକ୍ଷା ବ୍ୟବସ୍ଥାର ବିକାଶ ଏବଂ ବିକଶିତ ଶିକ୍ଷାର ବ୍ୟବସ୍ଥୀକରଣ ଏହି ପ୍ରକ୍ରୀୟା ମୂଖ୍ୟତଃ ତିନି ଗୋଟି ସୋପାନ ରେ ପର୍ଯ୍ୟବେସିତ Interest Articulation ବା ରୁଚିର ଅଭିବ୍ୟକ୍ତି Interest Assimilation ବା ଅଭିବ୍ୟକ୍ତ ରୁଚିର ସମ୍ମିଶ୍ରଣ Interest Adjudication ବା ସମିଶ୍ରିତ ରୂଚିର ଧ୍ରୁବିକରଣ, ଏହା କେବଳ, ଭିତ୍ତିଭୂମିର ବିକାଶ ନୁହେଁ, ବରଂ ଶିକ୍ଷାର୍ଥୀ ମାନଙ୍କୁ ପ୍ରୋତ୍ସାହିତ କରିବା, ଶିକ୍ଷାଦାନ ଏବଂ ଶିକ୍ଷକତା ବୃତ୍ତିର ମାନବୃଦ୍ଧି ନିମିତ୍ତ ଉଦ୍ଦିଷ୍ଟ । ବିଦ୍ୟାଳୟ ରୁପାନ୍ତରଣ ଯୋଗୁଁ ବେସରକାରୀ ବିଦ୍ୟାଳୟ ମାନଙ୍କରେ ୨୦୧୯-୨୦ ରେ ଥିବା ବିଦ୍ୟାର୍ଥୀ ସଂଖ୍ୟା ୧୬ ଲକ୍ଷ ୫ ହଜାର ରୁ ପ୍ରାୟ ଦେଢ ଲକ୍ଷ ହ୍ରାସ ପାଇ ୨୦୨୧-୨୨ ରେ ୧୪ ଲକ୍ଷ ୬୨ ହଜାରରେ ପହଞ୍ଚିଛି ।
ଅର୍ଥାତ୍ ସରକାରୀ ବିଦ୍ୟାଳୟରେ ୮୧ ପ୍ରତିଶତ ପିଲା ବର୍ତ୍ତମାନ ଅଧ୍ୟୟନରତ୍ତ । ଏହାକୁ ଅଧିକ କ୍ରୀୟାଶିଳ କରିବାପାଇଁ -ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବାବଦରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୧୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୫୩,୬୧୮ ଛାତ୍ରଛାତ୍ରୀଙ୍କୁ ୧୮୫୯ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ, ୨୩୬୪ଟି ବିଦ୍ୟାଳୟ, ୩ଟି ଜିଲ୍ଲା, ୧୦ଟି ବ୍ଲକ୍, ୪୧୪ ଗ୍ରାମ ପଞ୍ଚାୟତ, ୪୧୯ SMC ଏବଂ ୪୧୯ଟି ଶ୍ରେଷ୍ଠ Alumni କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯିବାର ବିଧି ବ୍ୟବସ୍ଥା କରାଯାଇଅଛି । ସେହିପରି – ମହିଳା ସ୍ୱଂୟସହାୟକ ଗୋଷ୍ଠୀର ସହଭାଗିତା ମାଧ୍ୟମରେ ରୂପାନ୍ତରିତ ବିଦ୍ୟାଳୟ ଗୁଡ଼ିକରେ ସୃଷ୍ଟିକରାଯାଇଥିବା ଅତ୍ୟାଧୁନିକ ଏବଂ ମୂଲ୍ୟବାନ୍ ଉପକରଣ ଏବଂ ଭିତ୍ତିଭୂମିର ଦୀର୍ଘସ୍ଥାୟିତ୍ୱ ଏବଂ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ରୂପାନ୍ତରିତ ବିଦ୍ୟାଳୟରେ ମାନବସମ୍ବଳ ନିୟୋଜନକୁ ଗୁରୁତ୍ୱଦେଇଛନ୍ତି । ୨୦୨୩-୨୪ ଆର୍ଥିକବର୍ଷରେ ଏବାବଦରେ ପ୍ରାୟ ୧୦୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ସୃଷ୍ଟି ହେବାକୁ ଯାଉଛି ୧୦,୪୧୨ ଟି ପଦବୀ ପାଇଁ ନିୟୋଜନ ପ୍ରକ୍ରୀୟା । ଏହି ପବିତ୍ର ଗୃହର ମାନ୍ୟବର ସଦସ୍ୟ/ସଦସ୍ୟା ମାନଙ୍କର ଅବଗତି ନିମନ୍ତେ ମୁଁ ସୁଚୀତ କରିବାକୁ ଚାହେଁଯେ, ବିଦ୍ୟାଳୟ ରୁପାନ୍ତରଣ କେବଳ ଭିତ୍ତିଭୂମିର ବିକାଶରେ ସୀମିତ ନୁହେଁ, ଶିକ୍ଷକ ନିୟୋଜନ ମଧ୍ୟ ଏହାର ଏକ ଅବିଚ୍ଛେଦ ଅଙ୍ଗ ।
୨୦୨୩-୨୪ ରେ ୧୦୪୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱର ପ୍ରାବଧାନ କରାଯାଇ ୫୧,୫୩୫ ପଦବୀରେ ନିଯୁକ୍ତି/ନିୟୋଜନ ନିମିତ୍ତ ସୁଯୋଗ ସୃଷ୍ଟି କରାଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ୨୨୪୫ ଗୋଟି ପଦବୀ, ମାଧ୍ୟମିକ ବିଦ୍ୟାଳୟସ୍ତରରେ ୧୭,୪୨୮ ଗୋଟି ପଦବୀ, ପ୍ରାଥମିକ ବିଦ୍ୟାଳୟସ୍ତରରେ ୨୦,୦୦୦ ଗୋଟି ପଦବୀ, ଓଡିଶା ଆଦର୍ଶ ବିଦ୍ୟାଳୟମାନଙ୍କରେ ୧୦୭୦ ପଦବୀ, ଏବଂ ଅନ୍ୟାନ୍ୟ ୧୦,୭୯୨ଟି ପଦବୀ ପୂରଣ କରାଯିବାପାଇଁ ପ୍ରସ୍ତାବ ରହିଅଛି । ଆଗାମୀ ଦିନରେ ଆପଣ ସଭିଙ୍କର ସହଯୋଗୀତା ଏବଂ ସହଭାଗୀତାକୁ ପାଥେୟ କରି ଆମ ରାଜ୍ୟ ଓଡିଶା, ଶିକ୍ଷା କ୍ଷେତ୍ରରେ ସମଗ୍ର ଭାରତରେ ଏକ ଅଗ୍ରଣୀ ରାଜ୍ୟ ଭାବେ ବିବେଚିତ ହେବ ବୋଲି ଆଶା ଏବଂ ବିଶ୍ୱାସ ।
No Result
View All Result