କେସିଙ୍ଗା ଟ୍ରେନ ବୋଗି ରୁ ଉଦ୍ଧାର ନବଜାତ ଶିଶୁପୁତ୍ର କୁ ଦମ୍ପତି ଙ୍କ ଠାରୁ ନେଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- କେସିଙ୍ଗା ରେଲୱେ ଷ୍ଟେସନ ରୁ ଦମ୍ପତି ଙ୍କ ଦ୍ଵାରା ଉଦ୍ଧାର ହୋଇଥିବା ଏକ ନବଜାତ ଶିଶୁ ପୁତ୍ର କୁ ପୁଲିସ ର ସହାୟତା ନେଇ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନେଇଛି । ଶିଶୁ ପୁତ୍ର କୁ ନେବା ପରେ ବଲାଙ୍ଗୀର ଭୀମ ଭୋଇ ଏସଏନସିୟୁ ରେ ଚିକିତ୍ସା ପରେ ଶିଶୁ ପୁତ୍ର ର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସାମାଜିକ କର୍ମୀ ଅରୁଣ ଖୁଆସ ଙ୍କ ଠାରୁ ଜଣାପଡିଛି । ସୂଚନା ଅନୁସାରେ କେସିଙ୍ଗା ରେଳୱେ ଷ୍ଟେସନରେ ଥିବା ଏକ ନିର୍ଦ୍ଦିଷ୍ଟ ଟ୍ରେନ ବୋଗି ଭିତରେ ଗତ ୨୧ ତାରିଖ ସକାଳେ ଏକ ନବଜାତ ଶିଶୁ ପୁତ୍ର କାନ୍ଦୁଥିବାର ପାଟଣାଗଡ଼ ବ୍ଳକ ଭରତ ବାହାଲ ପଞ୍ଚାୟତ ଠେଲକୋଛାପର ଗାଁ ର ଦମ୍ପତି ଶୁଶିଲ ଦୀପ ଓ ତାଙ୍କ ସ୍ତ୍ରୀ ବାସନ୍ତୀ ଶଦ୍ଦ ଶୁଣିବାକୁ ପାଇଥିଲେ ।

ସେମାନେ ଟ୍ରେନ ଭିତରକୁ ଯାଇ ନବଜାତ ଶିଶୁ ପୁତ୍ର କୁ ଉଦ୍ଧାର କରି ନିଜ ଗାଁ କୁ ଆଣି ଏଏନଏମ ଙ୍କ ଦ୍ଵାରା ଶିଶୁ ପୁତ୍ର ର ନାଭି କୁ କଟାଇଥିଲେ । ସକାଳେ ଶିଶୁ ପୁତ୍ର ର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ ସେମାନେ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଡ ଟଙ୍କଧର ମେହେର ଓ ସୁଜିତ ସା ଶିଶୁ ଟିର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଶିଶୁ ପୁତ୍ର ଟିର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜାଣିପାରିଥିଲେ । ଏତତ୍ ବ୍ୟତୀତ ଏହି ନବଜାତ ଶିଶୁ ପୁତ୍ର ଟି ଉକ୍ତ ଦମ୍ପତି ଙ୍କର ନୁହେଁ ବୋଲି ଜାଣିବାକୁ ପାଇଥିଲେ । ପରେ ଏହି ଘଟଣା ଡ଼ ମେହେର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ଶିଶୁ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ଓ ପାଟଣାଗଡ଼ ସିଡିପିଓ ଅନୁପମା ପଣ୍ଡା ଙ୍କ ସହ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଥିଲେ ।

ଶିଶୁ ର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜାଣି ଶିଶୁ ପୁତ୍ର କୁ ସାଙ୍ଗ ରେ ନେବାକୁ ଚେଷ୍ଟା କରିଥିଲେ । ଶିଶୁ ପୁତ୍ର କୁ କେସିଙ୍ଗା ରେଳୱେ ଷ୍ଟେସନ ରୁ ଉଦ୍ଧାର କରିଥିବା ଦମ୍ପତି ଓ ତାଙ୍କପଡାର ସହଯୋଗ କୌଣସି ପରିସ୍ଥିତିରେ ବି ଶିଶୁ ପୁତ୍ର କୁ ଛାଡି ବାକୁ ନାରାଜ ହୋଇଥିଲେ । ଯାହାଫଳରେ ଶିଶୁ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ମାନେ ଲରମ୍ଭା ପୁଲିସ ର ସହାୟତା ନେଇ ନବଜାତ ଶିଶୁ ପୁତ୍ର କୁ ନେବାରେ ସଫଳ ହୋଇଥିଲେ । ଶିଶୁ କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନେବା ପରେ ଦମ୍ପତି ଦ୍ବୟ ଦୁଃଖ ରେ ଭାଙ୍ଗି ପଡ଼ିଥିବା ଜଣାପଡିଛି ।