ଓଡିଶା ତାଜା ନ୍ୟୁଜ୍ (୧୬ ଜୁନ୍ ମଙ୍ଗଳବାର) ନୟାଗଡ଼ ଜିଲ୍ଲାର,ରଣପୁର :- ରଣପୁର, ଆମ ଓଡିଶା ରେ ଲୋକେ ପ୍ରସାରିତ ଗଣପର୍ବ ଭାବେ ରଜ ମଉଜ ଚଳିତ ବର୍ଷ ଲୋକ ସମାଗମ ର ରଜ ପାଳନ ଆଉ ନାହିଁ । ଆଜି ତୃତୀୟ ଦିନରେ ରଜ କୃଷକ ମାନଙ୍କ ମନକୁ ପ୍ରଫୁଲିତ କରିଥାଏ । ଏହି ରଜରେ ବସୁଧାମାତା କୁ ବିଶ୍ରାମ ଦିଆଯାଏ । କାହିଁ କେଉଁ ଯୁଗରୁ ପ୍ରଚଳିତ ପ୍ରଥା ଅନୁସାରେ ଆଜି ଭଳି ଦିନରେ କୁମାରୀ ଝିଅ ବୋହୂ ମାନେ ଖାଲି ପାଦରେ ଭୂମିରେ ଚାଲନ୍ତି ନାହିଁ ।
ପାଦରେ ଅଳତା ଲଗାଇ ,କଦଳୀ ପଟୁକା ବାନ୍ଧି ଭୂମି ଉପରେ ଚାଲନ୍ତି ଆଉ ଏ ଭଳି ପରମ୍ପରା ଦେଖିବାକୁ ମିଳୁନି । ଗାଁ ଗହଳି ର ଆସର ବାଉଁଶ ଦୋଳି ଏବେ ଲାଗୁଛି ଖାଲି ଖାଲି , କରୋନା କଟକଣା ରେ ରଜ ମଉଜ ଫିକା ପଡିଯାଇଛି । ପ୍ରାୟତଃ ଏହି ରଜ ପର୍ବ ଓଡ଼ିଆ ବର୍ଷ ରେ ହସ ଖୁସି ଉଲ୍ଲାସ ର ପର୍ବ କୁମାରୀ ଝିଅ ମାନଙ୍କ ସହ ବିବାହିତ ଝିଅ ମାନେ ନିଜ ବାପଘରକୁ ଚାଲି ଆସନ୍ତି ଭାଉଜ ମାନଙ୍କ ସହ ମିଶି ସଜବାଜ ହୋଇ ପିଠା,ପଣା ସହିତ ରଜ ପାନ ର ମଜା ଉଠାନ୍ତି ।
ଘରେ ଘରେ ପୋଡ଼ ପିଠା , କାକରା ,ଚିତଉ ଚକୁଳି , ମୁଗକାନ୍ତି , ମଣ୍ଡା ପିଠା ଭଳି ଭିନ୍ନ ଭିନ୍ନ ପିଠା ର ଆସର ଛୁଟେ । ଆମ୍ବ ,ପଣସ ,ସପୁରୀ ଭଳି ଫଳମୂଳ ର ମଜା ଉଠାନ୍ତି ଝିଅ ବୋହୂ ମାନେ । ଗାଁ ଗହଳି ରେ ପୁରୁଷ ମାନେ ତାସ୍ ,କବାଡ଼ି, ବାଡ଼ି ଖେଳ , ପଶା ପାଲି ରେ ଝୁମି ଉଠନ୍ତି । ଏହି ରଜ ଚାରି ଦିନ ପୁରୁଷ ମହିଳା ମିଶି ଢେର ମଜା ଉଠାନ୍ତି । ଏବେ କରୋନା କଟକଣା ରେ ଖାଁ ଖାଁ ଲାଗୁଛି ଗାଁ ଗହଳି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com