୨୧ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରଣ୍ଡିବା ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଭିଯୋଗ ଶୁଣାଣୀରେ ୭୭ ଗୋଟି ଅଭିଯୋଗ ଆସିଥିବା ବେଳେ ୨ ଗୋଟି ଅଭିଯୋଗ ତୁରନ୍ତ ପଦକ୍ଷେପ ନେଇ ସମାଧାନ କରାଯାଇଛି ।
ଅନ୍ୟ ୭୫ ଗୋଟି ଅଭିଯୋଗ ତୁରନ୍ତ ସମାଧାନ ସକାଶେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯୋଗ ଶୁଣାଣୀରେ ବିବାହ ପ୍ରୋତ୍ସ।ହନ ରାଶି ଓ ପ୍ରକୃତ ହିତାଧିକାରୀଙ୍କୁ ପେନସନ ବଣ୍ଟନ କରାଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,
ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ,ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନ ମାଝୀ, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାଶ ଆର.ଉଦୟଗିରିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରେମାନ ଖର୍ସେଲ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ବ୍ଲକ ସ୍ତରୀୟ ଅଧିକାରୀ ଜନ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ |

© 2023 Odisha Taza News.