No Result
View All Result
୨୦ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟ ସରକାର ପଛୁଆବର୍ଗଙ୍କର ସର୍ଭେ କରିବାକୁ ଯାଉଛନ୍ତି, ମାତ୍ର ଏହା ସେହି ବର୍ଗଙ୍କ ପାଇଁ ଉପହାସ ସଦୃଶ ଏ. 23ବର୍ଷ ଏହି ବର୍ଗକୁ ଠକିବାପରେ ପୁଣି ଠକିବାପାଇଁ ପ୍ରୟାସ କରାଯାଉଛି . ରାଜ୍ୟ ସରକାରଙ୍କ ସର୍ଭେ କଣ ଜାତିଭିତ୍ତିକ ଜନଗଣନା କି..? ଏହାକୁ ଓଡିଶା ସରକାର ସ୍ପଷ୍ଟ କରନ୍ତୁ. ପଛୁଆବର୍ଗଙ୍କର ସର୍ଭେ ନାମରେ ରାଜ୍ୟ ସରକାର ସେହି ବର୍ଗ (ରାଜ୍ୟର ୫୪% ଲୋକଙ୍କୁ) ଠକୁଛନ୍ତି . ଜାତିଭିତ୍ତିକ ଜନଗଣନା ନକରି ସର୍ଭେ ନାମରେ ଓଡ଼ିଶାର ୫୪% ପଛୁଆବର୍ଗଙ୍କୁ ଠକିବାକୁ ଯାଉଛନ୍ତି ନବୀନ ପଟନାୟକ ୨୫ ବର୍ଷ ଶାସନ କାଳରେ ପଛୁଆ ବର୍ଗଙ୍କ ସମ୍ଭିଧାନିକ ଅଧିକାର (ଶିକ୍ଷା ଓ ଚାକିରୀ) କ୍ଷେତ୍ରରୁ ବଂଚିତ ହୋଇଛନ୍ତି . ଏହାଦ୍ୱରା ରାଜ୍ୟର ଲକ୍ଷ ଲକ୍ଷ ପଚୟବର୍ଗର ଯୁବକ-ଯୁବତୀ ମାନେ ଚାକିଟି ଓ ଶିକ୍ଷାର ସୁଯୋଗ ହରାଉଛନ୍ତି.
ରାଜ୍ୟରେ ମାତ୍ର ୬% ଲୋକଙ୍କ ହାତରେ ରାଜତିକିକ କ୍ଷମତା , ପ୍ରଶାସନିକ କ୍ଷମତା ଠୁଳ ହୋଇଛି . ରାଜ୍ୟର ପ୍ରାୟ ୩୮.୫ % ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗରୁ ଇଂଜିନିରିଂ ଓ ମେଡିକାଲ ଶିକ୍ଷାର ସଂଖ୍ୟ ଅନୁପାତରେ ସରାଙ୍ଖ୍ୟନ ଦିଆଯାଉନାହିଁ . ଲୋକଙ୍କୁ ଭୁଆଁ ବୁଲେଇ ଏହି ବର୍ଗ ପ୍ରତି ଦରଦ ଅଛି ବୋଲି କହି ୨୦୧୪ ପୂର୍ବରୁ ଭୋଟ ନେବାକୁ ଆଉଏକ ଉଦ୍ୟମ କରାଯାଉଛି . ଏହି ବର୍ଗର ସମ୍ଭିଧାନିକ ହକ ହାସଲପାଇଁ ”ଅଧିକାର ଯାତ୍ରା” ଆରମ୍ଭ କରାଯିବ . ରାଜ୍ୟର ସମସ୍ତ ସମଭାବପନ ରାଜନୀତିକଦଳ ଓ ସାମାଜିକ ସଙ୍ଗଠନକୁ ଏହି ଅଭିଯାନରେ ସାମିଲ ହେବାପାଇଁ ନିବେଦନ କରୁଅଛୁ.

No Result
View All Result