ଚିନ୍ତାମଣିଶ୍ୱର ଫିଲିଙ୍ଗ ଷ୍ଟେସନରେ ଉଦଘାଟିତ ହେଲା ପାୱାର ୯୫ ପେଟ୍ରୋଲ

୨୦ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ପାହାଳ ନିକଟସ୍ଥ, ଚିନ୍ତାମଣିଶ୍ୱର ଫିଲିଙ୍ଗ ଷ୍ଟେସନରେ, ଆଜି ଏଚ ପି ସି ଏଲ ପେଟ୍ରୋଲ ପାୱ।ର ୯୫ ଉଦଘାଟିତ ହୋଇଛି । ଏହି ପେଟ୍ରୋଲକୁ ନିୟମିତ ଗାଡ଼ି ଚଳାଚଳ ମାନେ ବ୍ୟବହାର କଲେ, ଗାଡି ଇଞ୍ଜିନ ଭଲ ରହିବା ସହିତ ମାଇଲେଜ ଅଧିକ ହୋଇଥାଏ ବୋଲି, ଚିଫ ରିଜୋନାଲ ମ୍ୟାନେଜର ଫାଲଗୁନି ସାହୁ ସୂଚନା ଦେଇଥିଲେ । ଏହି ଉଦଘାଟନ ଉତ୍ସବରେ ଚିନ୍ତାମଣିଶ୍ୱର ଫିଲିଙ୍ଗ ଷ୍ଟେସନର ପ୍ରତିଷ୍ଠାତା ତଥା ଡିଲର ପ୍ରଭାତ କୁମାର ଶତପଥୀ, ସେଲସ୍ ରିଜୋନାଲ ମ୍ୟାନେଜର ଫାଲଗୁନି ସାହୁ, ଏସ ଏମ ସେଲସ୍ ଭେଦ ପ୍ରକାଶ ଭାଗଲେ, ପ୍ରଦୋତ ଶତପଥୀ, ଦିଲିପ କୁମାର ମହାନ୍ତି, ସୁଧୀର କୁମାର ପଟ୍ଟନାୟକ, ଚିତ୍ତରଞ୍ଜନ ପଣ୍ଡାଙ୍କ ସମେତ ଏଚପିସିଏଲର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।