କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଂଚାୟତ ମୃତ୍ୟୁଞ୍ଜପୁର(ପଣ୍ଡୁଳା) ସ୍ଥିତ ହିଙ୍ଗୁଳା କଲ୍ୟାଣ ମଣ୍ଡପ ପରିସରରେ ରବିବାର ସସଂଦର ଅନୁଷ୍ଠିତ ‘ବସନ୍ତ ଉତ୍ସବ’ରେ ଉଦଘାଟକ ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପଣ୍ଡିତ ଯୁଗଳକିଶୋର ମିଶ୍ର ପବିତ୍ର ବେଦପାଠ କରିଥିଲେ । ଉତ୍ସବର ପ୍ରଥମ ଅଧିବେଶନ କବିତା ପାଠୋତ୍ସବ ସଂସଦର ଉପସଭାପତି ବିନୋଦବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅତିଥିଭାବେ ଡକ୍ଟର ମୋହନଚରଣ ଖୁଂଟିଆ ଓ ସୁବ୍ରତ ଦାସ ଯୋଗଦେଇଥିଲେ ।
ପଣ୍ଡିତ ଅକ୍ଷୟ କୁମାର ଦାସ ଓ ଅଶୋକକୁମାର ପତିଙ୍କ ସଂଯୋଜନାରେ ବରିଷ୍ଠକବି ରାମାକାନ୍ତ ଜେନା, ମଧୁସୂଦନ ମହାପାତ୍ର, ପ୍ରଶାନ୍ତକୁମାର ସ୍ୱାଇଁ, ପ୍ରଭାତ କୁମାର ମଲ୍ଲିକ, ନାରାୟଣ ମହାଳିକ, ପ୍ରଦୀପ୍ତ କୁମାର ଦାସ, ଜିତେନ୍ଦ୍ର କୁମାର ବେହେରା, ବୃନ୍ଦାବନ ସାହୁ, ଧରିତ୍ରୀ ଦାସ, ବିଜୟଲକ୍ଷ୍ମୀ ମହାପାତ୍ର, ପ୍ରଣତିପ୍ରୀତିନନ୍ଦା ନାୟକ, ଯୁଗପ୍ରଭା ସାବତ ପ୍ରମୁଖ ୬୦ରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରି ବସନ୍ତ ଉତ୍ସବକୁ ମଧୁମୟ କରିଥିଲେ । ସାଂସ୍କୃତିକ ସଂପାଦକ ବାଇଧର ମାଝୀ ମଂଚପରିଚାଳନା କରିଥିଲେ । ମଧ୍ୟାହ୍ନରେ ଦ୍ୱିତୀୟ ଅଧିବେଶନ ଆଲୋଚନ ଚକ୍ର ଓ ସମ୍ବର୍ଦ୍ଧନା ସଭା ସଂସଦର ସଭାପତି ନନ୍ଦକିଶୋର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଉଦଘାଟକ ଡକ୍ଟର ସ୍ୱାଇଁ ଓଡ଼ିଆ ଗୀତିକବିତାରେ ବସନ୍ତର ସ୍ଥାନ ସ୍ୱତବ ବୋଲି କହିଥିଲେ । ମୁଖ୍ୟଅତିଥିଭାବେ ବରିଷ୍ଠ ଗୀତିକବି ଓ ପ୍ରଶାସନିକ ଅଧିକାରୀ ଧନଞ୍ଜୟ ସ୍ୱାଇଁ ଗୀତିକୁ ବୋଲାଯାଏ କିନ୍ତୁ ଗୀତିକବିତାକୁ ଆବୃତି କରାଯାଏ ବୋଲି ଆଲୋଚନା ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ଆଲୋଚକଭାବେ ବ୍ୟାସନଗର ସ୍ୱଂୟ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ମାଝୀ ଯୋଗଦେଇ ଗୀତିକବିତା ସଂପର୍କରେ ବିଷଦଭାବେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଅକ୍ଷୟକୁମାର ମହାନ୍ତି ସଂଚାଳନା କରିଥିଲା ବେଳେ ଅନୁଷ୍ଠାନର ସଂପାଦକ ପଣ୍ଡିତ ଡ଼କ୍ଟର ସୂର୍ଯ୍ୟମଣି ଖୁଂଟିଆ ସଂପାଦକୀୟ ବିବରଣୀ ପାଠ କରିଥିଲେ ।
ସଂଗଠନ ସଂପାଦକ ପ୍ରଦୀପକୁମାର ଦାସ ଅତିଥିପରିଚୟ ପ୍ରଦାନକରିଥିଲା ବେଳେ କାର୍ଯ୍ୟକାରି ସଂପାଦକ ଦୟାନିଧି ନାୟକ ସ୍ୱାଗତଭାଷଣ ଦେଇଥିଲେ । ଏହି ଅବସରରେ ଚଳିତବର୍ଷ ସଂସଦର ‘ସେବା ସ୧ାନ’ ବିଶିଷ୍ଟ ଚିକିତ୍ସକ ଡାକ୍ତର ଅନ୍ତର୍ଯ୍ୟାମୀ ସାହୁ,‘ଜଗତ-ମଙ୍ଗଳ କୃଷକ ସ୧ାନ’ ମୋନାଲିସା ଭଦ୍ର ଓ ସସ୍ମିତା ଦାଶ ଅଭିନନ୍ଦନିକା ସମ୍ବର୍ଦ୍ଧନା ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ଉଦ୍ଘାଟନ ଡକ୍ଟର ସ୍ୱାଇଁ ଓ ମୁଖ୍ୟଅତିଥି ଶ୍ରୀ ସ୍ୱାଇଁଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ୱତବଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିନୋଦ ବିହାରୀ ସାହୁଙ୍କ ପୁସ୍ତକ ‘ଅଲୋଡା ତେଜପତ୍ରର କାହାଣୀ’, ଶିକ୍ଷାବିତ ଅକ୍ରୁର କିଶୋର ବଳଙ୍କ ‘ବିବଧା’, ଯୁଗଳକିଶୋର ସାବତଙ୍କ ‘ଅନ୍ତରାୟ’ ପୁସ୍ତକ ଅତିଥିଙ୍କ ଦ୍ୱାରା ଲୋକାର୍ପିକ କରାଯାଇଥିଲା ।
ଏହି ଅବସରରେ ଡକ୍ଟର ହୁସେନ ରାବି ଗାନ୍ଧୀ, ଶିଶୁସାହିତ୍ୟକ ଗିରିଧାରୀ ସ୍ୱାଇଁଙ୍କ ସମେତ ଦିବଗଂତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପରିଚଳାନାରେ ସହ-ସଂପାଦକ ଅଧ୍ୟାପକ ଅକ୍ଷୟ କୁମାର ବାରିିକ, କୋଷାଧ୍ୟକ୍ଷ ନବଘନ ସ୍ୱାଇଁ, ସୁବସ ଧଳ, ଅମ୍ବରିଶ ପ୍ରିୟଦର୍ଶନ ଖୁଂଟିଆ, ମହ୧ଦ ନସମୁଲଗନି, ପୀତାମ୍ବର ନନ୍ଦ ଓ ଯୁବସମାଜସେବୀ ପ୍ରମୋଦକୁମାର ମହାନ୍ତି ସମତେ ସଂସଦର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତା ସହଯୋଗ କରିଥିଲେ । ଶେଷରେ ସହ-ସମ୍ପାଦକ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । 

© 2023 Odisha Taza News.