ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ଅଡବା ଗ୍ରାମର ଭୀମାକାଳୁଆ ମନ୍ଦିର ଜମିରେ । ୟେ ହେଉଛି ସେହି ମନ୍ଦିର ଜମି । ଏଠାରେ ଅଛି ଅସଂଖ୍ୟ ମୂଲ୍ୟବାନ ଗଛ । ହେଲେ ଏହି ଜମିକୁ କାମିଏଲ୍ ନାୟକ ନାମକ ଜଣେ ବ୍ୟକ୍ତି ଜବରଦଖଲ କରିଥିବା ସହ ମୂଲ୍ୟବାନ ଗଛ ଗୁଡିକ କାଟି ନେଉଥିବା ଅଭିଯୋଗ ହେଉଥିଲା । ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବାରୁ ଓଲଟା ଅକ୍ତିଆର କରିଥିବା ବ୍ୟକ୍ତି ଜଣକ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି ହେଲା ଭଳି ଲେଖା ଲେଖି ତହସିଲଦାର ଏବଂ ଆର୍ ଆଇ ଏନେଇ ଦାୟୀ ରହିବେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ ।
ତେଣୁ ଆଜି ଗ୍ରାମବାସୀ ସେହି ଜମି ନିକଟରେ ଏକତ୍ରିତ ହୋଇଥିଲେ । ତେଣୁ ଆଜି ପୋଲିସ ଓ ତହସିଲ ପ୍ରଶାସନ ପହଞ୍ଚି ଲୋକଙ୍କ ସହ ଆଲୋଚନା ପରେ ସେଠାରେ ୧୪୪ ଧାରା ଜାରି କରିଛନ୍ତି । ଆସନ୍ତା ତିନି ସପ୍ତାହ ମଧ୍ୟରେ ସମସ୍ତ ସମାଧାନ ହୋଇଯିବ ବୋଲି କହିଛନ୍ତି ମୋହନା ତହସିଲଦାର ହିମାଂଶୁ ଭୂଷଣ ପୋଲେଇ ।
© 2023 Odisha Taza News.