Home ଓଡ଼ିଶା ବଜେଟ ୨୦୨୩-୨୪ର ମୁଖ୍ୟାଂଶ ଗ୍ରାମ୍ୟ ଉନ୍ନୟନ ବିଭାଗ ବଜେଟରେ ଗାଁ ଗାଁ କୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗୀକରଣକୁ ଗୁରୁିତ୍ୱ by Proprietor by Abhimanyu Maharana 1 year ago Share on FacebookShare on TwitterWhatsapp ୧୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟବାସୀ, ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସାମାଜିକ-ଆର୍ଥିକ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ । ସବୁଦିନିଆ ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳର ଲୋକଙ୍କ ଗମନାଗମନ ଓ ଦ୍ରବ୍ୟ ପରିବହନ ସୁଗମ ହେବା ସହ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି, ଦାରିଦ୍ର୍ୟ ଦୂରୀକରଣ ଏବଂ ସାମଗ୍ରିକ ବିକାଶ ସାଧିତ ହୋଇଥାଏ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMଗଙ) ଓ ବିଜୁ ସେତୁ ଯୋଜନା (ଇଗଙ) ଭଳି ରାଜ୍ୟ ପ୍ରାୟୋଜିତ ପ୍ରମୁଖ ଯୋଜନା ଜରିଆରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଓ ସେତୁ ନିର୍ମାଣ କରି ଗ୍ରାମାଞ୍ଚଳର ସଂଯୋଗବିହୀନ ଗ୍ରାମଗୁଡିକୁ ଉନ୍ନତମାନର ଯୋଗାଯୋଗ ସୁବିଧା ଉପଲବ୍ଧ କରାଯାଉଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି । ଆଜି ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଘଡ଼େଇ ବଜେଟର ମୁଖ୍ୟାଂଶ ଦର୍ଶାଇବାକୁ ଯାଇ କହିଲେ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛି । ରାଜ୍ୟର ଅଭିବୃଦ୍ଧି ପଛରେ ରହିଛି ଗମନାଗମନର ସୁବ୍ୟବସ୍ଥା । ଗ୍ରାମାଞ୍ଚଳରେ ରହୁଥିବା ସମାଜର ଶେଷ ବ୍ୟକ୍ତି ପାଖରେ କିପରି ଗମନାଗମନ ସୁବିଧା ପହଞ୍ଚି ପାରିବ ସେଥିପାଇଁ ବିଭାଗ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟକୁ ୭୫୦୦.୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା କି ୨୦୧୯-୨୦ ବଜେଟ୍ ତୁଳନାରେ ୩୫.୫୭% ଅଧିକ । ୨୦୨୩-୨୪ ବର୍ଷରେ ୧୯୦୦.୦୦ କୋଟି ଟଙ୍କା ବ୍ୟୟଅଟକଳରେ ୫୨୬ଟି ନୂତନ ବିଜୁ ସେତୁ ନିର୍ମାଣ ପାଇଁ ବିଭାଗର ବ୍ୟବସ୍ଥା ରହିଛି । ବର୍ତ୍ତମାନ ସୁଦ୍ଧା ବିଭାଗ ଦ୍ୱାରା ୧୨୫୪ଟି ସେତୁ ନିର୍ମାଣ ସରିଛି ଏବଂ ଆଉ ୯୦୦ଟି ସେତୁ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି । ଭୂତଳ ଜଳର ପୁନରୁଦ୍ଧାର ଏବଂ ପ୍ରବାହିତ ଜଳର ଆଭ୍ୟନ୍ତରୀଣ ସଂରକ୍ଷଣ ପାଇଁ ବିଭାଗ ୫୦.୦୦ କୋଟି ଟଙ୍କା ବ୍ୟୟଅଟକଳରେ ୧୦୦ଟି ଆଡ଼ିବନ୍ଧ ପ୍ରକଳ୍ପ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ସୁଦ୍ଧା ୩୨ ଟି ଆଡ଼ିବନ୍ଧ କାମ ଶେଷ ହୋଇଛି । ସେହିଭଳି, ସଡ଼କ ଅଧୀନରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା(MMଗଙ), MMଗଙ-ରହିଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତିକରଣ, MMଗଙ-ସ୍ଥାନାନ୍ତରିତ ରାସ୍ତାର ଉନ୍ନତିକରଣ (TRଔP), MMଗଙ-ଦୁର୍ଗମ ଅଂଚଳର ଯୋଗାଯୋଗବିହୀନ ଗ୍ରାମଗୁଡିକର ସଂଯୋଗୀକରଣ (ଈUVଉଅ), MMଗଙ-ରାସ୍ତା ନଥିବା ଗ୍ରାମଗୁଡିକର ସଂଯୋଗୀକରଣ(ଈMRକ) ଆଦି ପ୍ରମୁଖ ଯୋଜନାରେ ୬୦୦୦ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ୨୦୬୧.୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି, ଯାହା ନିଶ୍ଚିତ ଭାବରେ ଗ୍ରାମୀଣ ସଡ଼କ ନେଟୱାର୍କରେ ଉନ୍ନତି ଆଣିବ । ବର୍ତ୍ତମାନ ସୁଦ୍ଧା ଏହି ବିଭାଗ MMଗଙ ଯୋଜନା ଅଧୀନରେ ୧୦୬୨୧ କିଲୋମିଟର ରାସ୍ତା ନିର୍ମାଣ କରିସାରିଛି । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ, ଦୁର୍ଗମ ମାଓ ପ୍ରବଣ ଅଞ୍ଚଳ ଏବଂ ଅନ୍ୟାନ୍ୟ ରାସ୍ତା ସଂଯୋଗ ନଥିବା ଅଞ୍ଚଳର ସଂଯୋଗୀକରଣ ନିମନ୍ତେ ୨୦୦ କିଲୋମିଟର ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଲେ ଯେ ସରକାର ଗ୍ରାମୀଣ ରାସ୍ତାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି । ୫୦,୦୦୦ କିଲୋମିଟର ରାସ୍ତାକୁ ଖାଲଖମା ମୁକ୍ତ କରିବା ଏବଂ ଯାନବାହାନ ଚଳାଚଳର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ୨୦୨୩-୨୪ ରେ ୧୧୫୮.୭୯ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି । ଏହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୫୦୦୦ କିଲୋମିଟର ଅଧିକ ।ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ବଦ୍ଧପରିକର । ସେଥିପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଆନୁମାନିକ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ୧୫,୦୦୦ କିଲୋମିଟର ଗ୍ରାମୀଣ ରାସ୍ତା ଏବଂ ବିଜୁ ସେତୁ ଯୋଜନାରେ ଆନୁମାନିକ ୬,୦୦୦ କୋଟି ଟଙ୍କା ବିନିଯୋଗରେ ୧୫୦୦ ନୂତନ ସେତୁ ନିର୍ମାଣ କରି ସବୁଦିନିଆ ରାସ୍ତା ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ କହିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବଳେ ଗ୍ରାମ୍ୟ ଉନ୍ନୟନ ବିିଭାଗର ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ବାଲୁଗାଁ ଏନଏସି ବିଜେଡି ତରଫରୁ କର୍ମୀ ସମ୍ମିଳନୀ, ବହୁତ କର୍ମୀ ବିଜେପି ଛାଡି ବିଜେଡିରେ ସାମିଲ by Proprietor by Abhimanyu Maharana May 8, 2024 ଦ୍ରୁତ ଗାମୀ ମାଲ ବୋଝେଇ ଅଟୋ ରିକ୍ସା ଧକ୍କାରେ ନାବାଳକ ଛାତ୍ର ଗୁରୁତର by Proprietor by Abhimanyu Maharana May 8, 2024 ଅବାଧ ସ୍ୱଚ୍ଛତା ନିର୍ବାଚନକୁ ନେଇ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ by Proprietor by Abhimanyu Maharana May 8, 2024 ବିଜେଡ଼ି ସାଂସଦ ଓ ବିଧାୟକ ପ୍ରାର୍ଥିଙ୍କ ବିଜୟ ପାଇଁ ଦୀପ ଜାଳିଲେ ଗ୍ରାମବାସୀ by Proprietor by Abhimanyu Maharana May 8, 2024 ଡିସ୍ ଟିଭି ପକ୍ଷରୁ ‘ଡିସ୍ ଟିଭି ସ୍ମାର୍ଟ+' ସେବାର ଶୁଭାରମ୍ଭ by Proprietor by Abhimanyu Maharana May 8, 2024 ଲୋକଙ୍କୁ ବିକାଶର ହିସାବ ଦେଲେ ପାଣ୍ଡିଆନ by Proprietor by Abhimanyu Maharana May 7, 2024