• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଜେଟ ୨୦୨୩-୨୪ର ମୁଖ୍ୟାଂଶ ଗ୍ରାମ୍ୟ ଉନ୍ନୟନ ବିଭାଗ ବଜେଟରେ ଗାଁ ଗାଁ କୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗୀକରଣକୁ ଗୁରୁିତ୍ୱ

Abhimanyu Maharana by Abhimanyu Maharana
March 18, 2023
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ବଜେଟ ୨୦୨୩-୨୪ର ମୁଖ୍ୟାଂଶ ଗ୍ରାମ୍ୟ ଉନ୍ନୟନ ବିଭାଗ ବଜେଟରେ ଗାଁ ଗାଁ କୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗୀକରଣକୁ ଗୁରୁିତ୍ୱ
Share on FacebookShare on TwitterWhatsapp

୧୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟବାସୀ, ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସାମାଜିକ-ଆର୍ଥିକ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ । ସବୁଦିନିଆ ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳର ଲୋକଙ୍କ ଗମନାଗମନ ଓ ଦ୍ରବ୍ୟ ପରିବହନ ସୁଗମ ହେବା ସହ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି, ଦାରିଦ୍ର୍ୟ ଦୂରୀକରଣ ଏବଂ ସାମଗ୍ରିକ ବିକାଶ ସାଧିତ ହୋଇଥାଏ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMଗଙ) ଓ ବିଜୁ ସେତୁ ଯୋଜନା (ଇଗଙ) ଭଳି ରାଜ୍ୟ ପ୍ରାୟୋଜିତ ପ୍ରମୁଖ ଯୋଜନା ଜରିଆରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଓ ସେତୁ ନିର୍ମାଣ କରି ଗ୍ରାମାଞ୍ଚଳର ସଂଯୋଗବିହୀନ ଗ୍ରାମଗୁଡିକୁ ଉନ୍ନତମାନର ଯୋଗାଯୋଗ ସୁବିଧା ଉପଲବ୍ଧ କରାଯାଉଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି । ଆଜି ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଘଡ଼େଇ ବଜେଟର ମୁଖ୍ୟାଂଶ ଦର୍ଶାଇବାକୁ ଯାଇ କହିଲେ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛି । ରାଜ୍ୟର ଅଭିବୃଦ୍ଧି ପଛରେ ରହିଛି ଗମନାଗମନର ସୁବ୍ୟବସ୍ଥା । ଗ୍ରାମାଞ୍ଚଳରେ ରହୁଥିବା ସମାଜର ଶେଷ ବ୍ୟକ୍ତି ପାଖରେ କିପରି ଗମନାଗମନ ସୁବିଧା ପହଞ୍ଚି ପାରିବ ସେଥିପାଇଁ ବିଭାଗ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟକୁ ୭୫୦୦.୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା କି ୨୦୧୯-୨୦ ବଜେଟ୍‌ ତୁଳନାରେ ୩୫.୫୭% ଅଧିକ । ୨୦୨୩-୨୪ ବର୍ଷରେ ୧୯୦୦.୦୦ କୋଟି ଟଙ୍କା ବ୍ୟୟଅଟକଳରେ ୫୨୬ଟି ନୂତନ ବିଜୁ ସେତୁ ନିର୍ମାଣ ପାଇଁ ବିଭାଗର ବ୍ୟବସ୍ଥା ରହିଛି । ବର୍ତ୍ତମାନ ସୁଦ୍ଧା ବିଭାଗ ଦ୍ୱାରା ୧୨୫୪ଟି ସେତୁ ନିର୍ମାଣ ସରିଛି ଏବଂ ଆଉ ୯୦୦ଟି ସେତୁ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି । ଭୂତଳ ଜଳର ପୁନରୁଦ୍ଧାର ଏବଂ ପ୍ରବାହିତ ଜଳର ଆଭ୍ୟନ୍ତରୀଣ ସଂରକ୍ଷଣ ପାଇଁ ବିଭାଗ ୫୦.୦୦ କୋଟି ଟଙ୍କା ବ୍ୟୟଅଟକଳରେ ୧୦୦ଟି ଆଡ଼ିବନ୍ଧ ପ୍ରକଳ୍ପ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ସୁଦ୍ଧା ୩୨ ଟି ଆଡ଼ିବନ୍ଧ କାମ ଶେଷ ହୋଇଛି । ସେହିଭଳି, ସଡ଼କ ଅଧୀନରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା(MMଗଙ), MMଗଙ-ରହିଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତିକରଣ, MMଗଙ-ସ୍ଥାନାନ୍ତରିତ ରାସ୍ତାର ଉନ୍ନତିକରଣ (TRଔP), MMଗଙ-ଦୁର୍ଗମ ଅଂଚଳର ଯୋଗାଯୋଗବିହୀନ ଗ୍ରାମଗୁଡିକର ସଂଯୋଗୀକରଣ (ଈUVଉଅ), MMଗଙ-ରାସ୍ତା ନଥିବା ଗ୍ରାମଗୁଡିକର ସଂଯୋଗୀକରଣ(ଈMRକ) ଆଦି ପ୍ରମୁଖ ଯୋଜନାରେ ୬୦୦୦ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ୨୦୬୧.୦୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି, ଯାହା ନିଶ୍ଚିତ ଭାବରେ ଗ୍ରାମୀଣ ସଡ଼କ ନେଟୱାର୍କରେ ଉନ୍ନତି ଆଣିବ । ବର୍ତ୍ତମାନ ସୁଦ୍ଧା ଏହି ବିଭାଗ MMଗଙ ଯୋଜନା ଅଧୀନରେ ୧୦୬୨୧ କିଲୋମିଟର ରାସ୍ତା ନିର୍ମାଣ କରିସାରିଛି । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ, ଦୁର୍ଗମ ମାଓ ପ୍ରବଣ ଅଞ୍ଚଳ ଏବଂ ଅନ୍ୟାନ୍ୟ ରାସ୍ତା ସଂଯୋଗ ନଥିବା ଅଞ୍ଚଳର ସଂଯୋଗୀକରଣ ନିମନ୍ତେ ୨୦୦ କିଲୋମିଟର ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଲେ ଯେ ସରକାର ଗ୍ରାମୀଣ ରାସ୍ତାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି । ୫୦,୦୦୦ କିଲୋମିଟର ରାସ୍ତାକୁ ଖାଲଖମା ମୁକ୍ତ କରିବା ଏବଂ ଯାନବାହାନ ଚଳାଚଳର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ୨୦୨୩-୨୪ ରେ ୧୧୫୮.୭୯ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି । ଏହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୫୦୦୦ କିଲୋମିଟର ଅଧିକ ।ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ବଦ୍ଧପରିକର । ସେଥିପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଆନୁମାନିକ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ୧୫,୦୦୦ କିଲୋମିଟର ଗ୍ରାମୀଣ ରାସ୍ତା ଏବଂ ବିଜୁ ସେତୁ ଯୋଜନାରେ ଆନୁମାନିକ ୬,୦୦୦ କୋଟି ଟଙ୍କା ବିନିଯୋଗରେ ୧୫୦୦ ନୂତନ ସେତୁ ନିର୍ମାଣ କରି ସବୁଦିନିଆ ରାସ୍ତା ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ କହିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବଳେ ଗ୍ରାମ୍ୟ ଉନ୍ନୟନ ବିିଭାଗର ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

Abhimanyu Maharana

Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

February 24, 2020
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

0
ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

0
ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

0
ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

March 31, 2023
ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ : ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ : ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

March 31, 2023
ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ : କୁନିକୁନି କଳାକାର ମାନଙ୍କୁ ନେଇ ଶୋଭାଯାତ୍ରା

ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ : କୁନିକୁନି କଳାକାର ମାନଙ୍କୁ ନେଇ ଶୋଭାଯାତ୍ରା

March 31, 2023
ଭାଇ ଭାଇ ଙ୍କ ପାରିବାରିକ କଲହ ଯୋଗୁଁ ଦୁଇ ଭାଇ ସମେତ ଜେଲ୍ ଗଲେ ୭ ଭଡାଟିଆ ଗୁଣ୍ଡା

ଭାଇ ଭାଇ ଙ୍କ ପାରିବାରିକ କଲହ ଯୋଗୁଁ ଦୁଇ ଭାଇ ସମେତ ଜେଲ୍ ଗଲେ ୭ ଭଡାଟିଆ ଗୁଣ୍ଡା

March 31, 2023

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

March 31, 2023
ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ : ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ : ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

March 31, 2023
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.